www.samajalive.in
Sunday, December 14, 2025
26.1 C
Bhubaneswar

ଲଘୁଚାପ ଜନିତ ଲଗାଣ ବର୍ଷାରେ ନଷ୍ଟ ହୋଇଯାଇଥିବା ଫସଲ ପରିଦର୍ଶନ କଲେ ସାଂସଦ ଓ ବିଧାୟକ

ଗଞ୍ଜାମ : ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ଗତ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଖରିଫ ଫସଲ ଓ ପନିପରିବା ନଷ୍ଟ ହୋଇଯାଇଛି । ଗୁରୁବାର ଦିନ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗଂଜାମ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ସେସବୁ ପରିଦର୍ଶନ କରିଛନ୍ତି । ଗଞ୍ଜାମ ବ୍ଲକର ସାନ ରାମଚନ୍ଦ୍ରପୁର, ଝାରେଡି ରାଧାଗୋବିନ୍ଦ ପୁର, ସୁବଳୟା ପ୍ରମୁଖ ପଞ୍ଚାୟତରେ ରହିଥିବା ବିଭିନ୍ନ ଚାଷ ଜମି ଗୁଡିକରେ ପଚି ନଷ୍ଟ ହୋଇ ପଡିଥିବା ଧାନ ଜମି ଓ ପନିପରିବା କ୍ଷେତ୍ର ଦେଖିବା ସହ ସ୍ଥାନୀୟ ଚାଷୀ ମାନଙ୍କ ସହ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଗଞ୍ଜାମ ବ୍ଲକର ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ଗ୍ରସ୍ତ କରି ମାହାଦେଵଙ୍କୁ ଦର୍ଶନ କରିବା ସହ ସେଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଗ୍ରାମାଞ୍ଚଳ ପାର୍କ, ଖୋଲା ଜିମ, ଆଦର୍ଶ ପୁଷ୍କରିଣୀ, କଲ୍ୟାଣ ମଣ୍ଡପ ଆଦି ବିଭିନ୍ନ ପ୍ରକଳ୍ପ ଗୁଡିକ ଦେଖି ସ୍ଥାନୀୟ ବ୍ଲକ ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟିକୁ ଉଚ୍ଚ ପ୍ରସଂଶା କରିଥିଲେ।
ପରେ କୃଷି ଓ ଉଦ୍ୟାନ ବିଭାଗୀୟ ଅଧିକାରୀ ଙ୍କୁନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ଲଗାଣ ବର୍ଷାରେ ଚାଷ ଜମିରେ ପଚି ନଷ୍ଟ ହୋଇ ପଡିଥିବା ଧାନ ଫସଲ ଓ ପନିପରିବା ଫସଲର  କ୍ଷୟକ୍ଷତି ଆକଳନ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ। ଏହି ପରିଦର୍ଶନ ବେଳେ ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପାହାନ, ରଘୁନାଥ ସାହୁ, ପୂର୍ବତନ ବ୍ଲକ ଉପାଧକ୍ଷ ଆର ଭାଗ୍ୟ ରେଡି, ଜିଲ୍ଲା ଯୁବ ଉପ ସଭାପତି ଶିବ ପ୍ରସାଦ ସ୍ୱାଇଁ, ସନ୍ତୋଷପୁର ସରପଞ୍ଚ ଡି.ନିରଞ୍ଜନ ରେଡି, କାଇଁଚପୁର ସରପଞ୍ଚ ଜି. ସନ୍ତୋଷ ରେଡି,ମଲାଡ଼ ସରପଞ୍ଚ ପ୍ରଭାତ ସେଠୀ,ବରିଷ୍ଠ ନେତା ବାନମ୍ବର ପଲାଇ,ବ୍ଲକ ସାଧାରଣ ସମ୍ପାଦକ ଉମା ଜେନା, ବ୍ଲକ ଯୁବ ସଭାପତି ଅନ୍ତର୍ଯ୍ୟାମୀ ବେହେରା, ପୂର୍ବତନ ସରପଞ୍ଚ କେଦାର ସ୍ବାଇଁ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ। ବ

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories