www.samajalive.in
Saturday, December 13, 2025
26.1 C
Bhubaneswar

ସାମ୍ବାଦିକ ଗିରଫ ଘଟଣା: ନବରଙ୍ଗପୁର ଜିଲ୍ଲା ଓୟୁଜେ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୁନିଅନ(ଓୟୁଜେ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡ. କମଲ ଲୋଚନ ମିଶ୍ରଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ଗତ ସୋମବାର ଦିନ ବାଲେଶ୍ୱର ଜିଲ୍ଲା ଜଳେଶ୍ବରର ନିଉଜ ୭ ସାମ୍ବାଦିକ ରାଜେଶ ପ୍ରଧାନଙ୍କୁ ସ୍ଥାନୀୟ ଥାନା ଅଧିକାରୀ ମିଥ୍ୟା ମାମଲାରେ କେଶ ରୁଜୁ କରି ଗିରଫ କରିଥିଲେ। ଏହି ଘଟଣାକୁ ନବରଙ୍ଗପୁର ଓୟୁଜେ ଅନୁବନ୍ଧିତ ଜିଲ୍ଲା ସାମ୍ବାଦିକ ୟୁନିଅନ ତୀବ୍ର ନିନ୍ଦା କରିବା ସହ ଉଚ୍ଚସ୍ତରୀୟ ତଦନ୍ତ କରି ସାମ୍ବାଦିକଙ୍କ ନାଁରେ ମିଥ୍ୟା କେଶ କରିଥିବା ଜଳେଶ୍ବର ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକଙ୍କ ବିରୋଧରେ ଲାଗିଥିବା ମିଥ୍ୟା କେଶ ଗୁଡିକୁ ପ୍ରତ୍ୟାହାର କରାଯିବା ନେଇ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି।

ଏହି ଦାବି ପ୍ରଦାନ ବେଳେ ଜିଲ୍ଲା ସାମ୍ବାଦିକ ୟୁନିୟନ୍ (ଓୟୁଜେ ) ସଭାପତି ସୁଶାନ୍ତ ବେହେରା, କିଶୋର ପଟ୍ଟନାୟକ, ଏ . ସତୀଶ, ପି. ପ୍ରକାଶ, ରବିନାରାୟଣ ପଟ୍ଟନାୟକ, ଶ୍ରୀଧର ପାତ୍ର, ଅଜିତ ନାୟକ, ରାମ ଦଳେଇ, ମଧୁ ସାହୁ, ସୁକାନ୍ତ ରଥ, ଲକ୍ଷ୍ମୀକାନ୍ତ ପଣ୍ଡା, ଦେବୀ ପ୍ରସାଦ ପଟ୍ଟନାୟକ, ସି ଏଚ ଈଶ୍ୱର ରାଓ, ପ୍ରଶାନ୍ତ ସାହୁ, କରେଶ ଉପାଶି, ପ୍ରବୀଣ କୁମାର ସତନାମି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories