www.samajalive.in
Thursday, December 11, 2025
16.1 C
Bhubaneswar

ଆଠଗଡରେ ସଡକ ସୁରକ୍ଷା ସଚେତନତା କର୍ମଶାଳା

ଆଠଗଡ: କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ଆଠଗଡର ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପରେ ସଡକ ସୁରକ୍ଷା ସଂପର୍କୀତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଠଗଡ ଥାନା ଭାରପ୍ରାପ୍ତ ନିରୀକ୍ଷକ ଶୁଭ୍ରାଂଶୁ ଶେଖର ପରିଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତାଭାବେ ଆଠଗଡ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ରବିନ୍ଦ୍ର କୁମାର ଜେନା ଓ ରକ୍ଷକ ପ୍ରକଳ୍ପର ବରିଷ୍ଠ ପ୍ରଶିକ୍ଷକ ଆଦିତ୍ୟ ଚୌଧୁରୀ ଯୋଗଦେଇ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ପ୍ରଦାନ ପୂର୍ବକ ନିକଟବର୍ତ୍ତୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ଓ ସାମାଜିକ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଦୁର୍ଘଟଣା ଆହତଙ୍କୁ ସହାୟତା କରିଥିବା ବ୍ୟକ୍ତିଙ୍କୁ କେହି ପ୍ରଶ୍ନ କରିପାରିବେ ନାହିଁ ଅଥବା ସେମାନଙ୍କୁ ଆଇନ ଜାଲରେ ଛନ୍ଦି ଦିଆଯିବ ନାହିଁ ବୋଲି ପରିବହନ କାର୍ଯ୍ୟାଳୟ ଅଧିକାରୀ ଶ୍ରୀ ଜେନା ପ୍ରକାଶ କରିଥିଲେ। ରାସ୍ତାକଡରେ ବ୍ୟବସାୟ କରୁଥିବା ଉଠାଦୋକାନୀ ଓ ଅନ୍ୟ ବ୍ୟବସାୟୀ ତଥା ରାସ୍ତାକଡ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଏ ଦିଗରେ ବ୍ୟାପକ ସଚେତନ କରିବା ଆବଶ୍ୟକ ବୋଲି ଅତିଥି ବକ୍ତାମାନେ ମତପ୍ରକାଶ କରିଥିଲେ।

ଏଥି ସହିତ ଦୁର୍ଘଟଣାରେ ଆହତ ଓ ମୃତକମାନଙ୍କୁ କିପରି ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରିବ ସେ ସଂପର୍କରେ ମଧ୍ୟ ପରିବହନ କାର୍ଯ୍ୟାଳୟ ଅଧିକାରୀ ରକ୍ଷକ ପ୍ରକଳ୍ପର ପ୍ରଶିକ୍ଷକ ସୂଚନା ଦେଇଥିଲେ। ଏତଦ୍‍ବ୍ୟତୀତ ସଡକ ସୁରକ୍ଷା ଏବଂ ଗାଡିଚାଳକ ଓ ଯାତ୍ରୀଙ୍କର ସୁରକ୍ଷା ପାଇଁ ଟ୍ରାଫିକ୍‍ ନିୟମମାନି ଗାଡି ଚଳାଇବା ଲାଗି ଅତିଥିବକ୍ତାମାନେ ପରାମର୍ଶ ଦେଇଥିଲେ। ଏଭଳି ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ବ୍ୟାପକ ସଚେତନ କରି ଦୁର୍ଘଟଣାର ମାତ୍ରା ୨୫ ପ୍ରତିଶତ କମ୍‍ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଡକ୍ରସର ୧୨ଜଣ ସ୍ୱେଚ୍ଛାସେବୀ ସମେତ ବିଭିନ୍ନ ସମୟରେ ଦୁର୍ଘଟଣା ଆହତଙ୍କୁ ସହୟତା ପ୍ରଦାନ କରିଥିବା ୭୫ଜଣ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories