www.samajalive.in
Saturday, December 13, 2025
23.1 C
Bhubaneswar

ଜାଲ ସାର୍ଟିଫିକେଟ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ, ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ 

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡାଡିହ ସେବା ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକ ଜାଲ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ତାଙ୍କର ଅବସର ବୟସ ସୀମା ଅତିକ୍ରମ କରିଥିଲେ ମଧ୍ୟ ସେ ଜାଲ ସାର୍ଟିଫିକେଟ ବଳରେ ଆଜି ପର୍ୟ୍ୟନ୍ତ ଚାକିରୀରେ ରହିଛନ୍ତି । ଗ୍ରାମର ପୂର୍ବତନ ସରପଞ୍ଚ ସୁଦର୍ଶନ ମାଣିକ ତାଙ୍କର ଜାଲ ସାର୍ଟିଫିକେଟ ସମ୍ପର୍କରେ ଉପଯୁକ୍ତ ତଥ୍ୟ ପ୍ରମାଣ ଦେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ତ ବିଦ୍ୟାରେ ପାରଙ୍ଗମ ସମ୍ପାଦକ ଧନେଶ୍ୱର ମାଣିକ ଉଚ୍ଚ ଅଧିକାରୀଙ୍କୁ କରାୟତ କରିବାରେ ଆଦୌ କାର୍ପଣ୍ୟ କରି ନ ଥିବାର ସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡିଛି । ପ୍ରଶାସନଠାରୁ ନ୍ୟାୟ ନ ପାଇବା ପରେ ଗ୍ରାମର ସମାଜସେବୀ ତଥା ସୂଚନା ଅଧିକାର କର୍ମୀ ବିଭୂତି ଭୂଷଣ ଦାଶ ଏ ସଂକ୍ରାନ୍ତରେ ଭୁବନେଶ୍ୱରସ୍ଥିତ ଲୋକାୟୁକ୍ତଙ୍କ ନିକଟରେ ୩୨୪/୨୧ମାମଲା ରୁଜୁ କରିଛନ୍ତି । ଚଳିତ ମାସ ୨୫ ତାରିଖରେ ଏହି ମାମଲାର ଶୁଣାଣି ହେବା ପାଇଁ ଧାର୍ଯ୍ୟ ହୋଇଛି ।

ସମ୍ପୃକ୍ତ ଗ୍ରାମର ପୂର୍ବତନ ସରପଞ୍ଚ ସୁଦର୍ଶନ ମାଣିକ ସୂଚନା ଅଧିକାର ଆଇନ ବଳରେ ପାଇଥିବା ତଥ୍ୟରୁ ଜଣାପଡିଛି ଯେ ସମ୍ପାଦକ ଧନେଶ୍ୱର ମାଣିକ ୧୯୬୦ ମସିହା ଜୁନ ମାସ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ପୋଡାଡିହ ଇଶାନେଶ୍ୱର ନୋଡାଲ ଉ.ପ୍ରା. ବିଦ୍ୟାଳୟର ଜନ ସୂଚନା ଅଧିକାରୀ ନୀଳମଣି ପ୍ରଧାନ ତାଙ୍କର ଦେଇଥିବା ୨୩/୧୨ଚିଠି ନଂ ରେ ଧନେଶ୍ୱର ମାଣିକ ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ଏବଂ ଏବଂ ଜନ୍ମ ତାରିଖ ୨୪.୦୬.୧୯୬୦ ବୋଲି ଉଲ୍ଲେଖ କରିଥିବା ବେଳେ ତୁଳସୀପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କର ଚିଠି ନଂ୧୧୨/୦୯ ରେ ଧନେଶ୍ୱର ମାଣିକ୨୦.୦୭ .୭୮ରେ ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ ସେ ସ୍କୁଲ ଛାଡିଛନ୍ତି । ଏବଂ ତାଙ୍କର ଜନ୍ମ ତାରିଖ୨୪.୦୬.୧୯୬୦ ବୋଲି ସେ ଉଲ୍ଲେଖ କରିଛନ୍ତି । ବିଦ୍ୟାଳୟରୁ ସେ ଆଣିଥିବା ଟି ସି ନଂ୪୨/୨୦.୦୭.୧୮ ରହିଛି । କିନ୍ତୁ ଧନେଶ୍ୱର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵ ବିଦ୍ୟାଳୟ ପୁରୀ ଅଧୀନରେ ସ୍ଥାନୀୟ ନିଳକଣ୍ଠପୁରରେ ଥିବା ଆଦର୍ଶ ଆଞ୍ଚଳିକ ସଂସ୍କୃତ ବିଦ୍ୟାପୀଠରୁ ୨୦୦୦ମସିହା ଏପ୍ରିଲ ମାସରେ ଅନୁଷ୍ଠିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଦ୍ୱିତୀୟ ଶ୍ରେଣୀରେ ମଧ୍ୟମା ପାସ କରିଥିବା ବେକେ ସେହି ସାର୍ଟିଫିକେଟରେ ତାଙ୍କର ଜନ୍ମ ତାରିଖ୦୩.୦୭.୧୯୬୫ ରହିଛି । ସେହି ସାର୍ଟିଫିକେଟର କ୍ରମିକନଂ ହେଉଛି୨୦୦୭୦୮୫। ଏହି ମଧ୍ୟମା ସାର୍ଟିଫିକେଟ ଦେଇ ସେ ସମ୍ପାଦକ ପଦରେ ଆଜି ପର୍ୟ୍ୟନ୍ତ ନିର୍ଭୟରେ କାର୍ୟ୍ୟ କରୁଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ସେ ପଢ଼ୁଥିବା ପ୍ରାଥମିକ ଏବଂ ତୁଳସୀପୁର ହାଇସ୍କୁଲ ସାର୍ଟିଫିକେଟରେ ତାଙ୍କର ଜନ୍ମ ତାରିଖ ୨୪.୦୬ ୧୯୬୦ ଥିବାବେଳେ ମଧ୍ୟମା ସାର୍ଟିଫିକେଟ ରେ ୦୩.୦୭.୧୯୬୫ ହେଲା କିପରି ? ଗତ୦୧.୦୯.୨୧ ରେ ବିଭାଗୀୟ ତଦନ୍ତକାରୀ ଅଧିକାରୀ ପି ମଲ୍ଲିକ ତଦନ୍ତ କରି ଯାଇଥିଲେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଶୂନ । ସମ୍ପାଦକ ଶ୍ରୀ ମାଣିକଙ୍କ ବିଦ୍ୟାଳୟରେ ଥିବା ମୂଳ ଜନ୍ମଗତ ପ୍ରମାଣପତ୍ର ଅନୁସାରେ ସେ ଅବସର ଗ୍ରହଣ କରିବା କଥା । କିନ୍ତୁ ଜାଲ ସାର୍ଟିଫିକେଟ ଦେଇ ଆଜି ପର୍ୟ୍ୟନ୍ତ ସେ ସମ୍ପାଦକ ପଦବିଟି ହାତେଇଥିଲେ ମଧ୍ୟ ପ୍ରଶାସନ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବା ପଛରେ କଣ ଭିତିରି ଉଦେଶ୍ୟ ରହିଛି ତାର ନିରପେକ୍ଷ ତଦନ୍ତ ହେବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories