ବ୍ରହ୍ମପୁର: ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ୯୩ତମ ବଳିଦାନ ଦିବସରେ ଲୋକସେବକ ମଣ୍ଡଳ ବ୍ରହ୍ମପୁର ଶାଖା ପକ୍ଷରୁ ଧର୍ମନଗର ସ୍ଥିତ ରୋଟାରୀ କମ୍ୟୁନିଟି କେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ମିଳିତ ସହଯୋଗରେ ଅନୁଷ୍ଠିତ ଶିବିରରେ ଇନର ହୁଇଲ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ମହିଳା ସଦସ୍ୟା, ମହାମୟୀ ମହିଳା ମହାବିଦ୍ୟାଳୟ, ମହାବୀର ଏକାଡେମୀର ପ୍ରଶିକ୍ଷାର୍ଥୀ, ରୋଟାରୀ କ୍ଲବର ସଦସ୍ୟଙ୍କ ସମେତ ସହରର ବହୁ ଯୁବକ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାଯ୍ୟକ୍ରମରେ ରୋଟାରୀ କ୍ଲବର ସଭାପତି କମାରାଜୁ ମହାରଣା, ସମ୍ପାଦକ ଜୟନ୍ତ କିଶୋର ପାତ୍ର, ଇନର ହୁଇଲ କ୍ଲବ ସଭାନେତ୍ରୀ ଗାୟତ୍ରୀ ପଟନାୟକ, ସମ୍ପାଦିକା ଏମ ବାଣୀଶ୍ରୀ, ଅବସରପ୍ରାପ୍ତ ସେନା ଅଧିକାରୀ ଅଶୋକ ସାମନ୍ତ, ବିଜେଡି ଯୁବନେତା କାଁହୁଚରଣ ପାତ୍ର, ପ୍ରଧାନ ଶିକ୍ଷକ ବିଜୟ ବେହେରା, ଇକୋ କ୍ଲବ ସଂଯୋଜକ ଶଙ୍କର ନାରାୟଣ ବେଜ, ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ‘ସମାଜ’ ବ୍ରହ୍ମପୁର ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
Popular Categories



