www.samajalive.in
Friday, December 12, 2025
15.1 C
Bhubaneswar

ଗଞ୍ଜାମ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଗଞ୍ଜାମ: ଗଞ୍ଜାମ ସହରସ୍ଥିତ ଏସ.ଏମ. ଟିଉଟରିଆଲ ପରିସରରେ ଓଡିଶା ସାମ୍ବାଦିକ ସଙ୍ଘ ଗଞ୍ଜାମ ଶାଖା- ଗଞ୍ଜାମ ପ୍ରେସକ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ଦେବା ନିମନ୍ତେ ପ୍ରାରମ୍ଭରେ ବୃକ୍ଷରୋପଣ କାର୍ୟ୍ୟକ୍ରମ କରାଯାଇଥିଲା। ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର ତରାଇଙ୍କ ସଭାପତିତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ୱାଦିକ ରବିନ୍ଦ୍ର କୁମାର ପଣ୍ଡା ଯୋଗଦେଇ ସାମ୍ବାଦିକତା କାର୍ୟ୍ୟ କରିବା କଷ୍ଟସାଧ୍ୟ, ତେଣୁ ସମସ୍ତେ ଠିକ ଭାବେ ତାହାକୁ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶିକ୍ଷାବିତ ଗୋପାଳ ବେହେରା କହିଥିଲେ ଯେ, କୋଭିଡ ମାହାମାରୀ ହେଉ ବା ଜନ କଲ୍ୟାଣକାରୀ କାର୍ୟ୍ୟକୁ ନେଇ ସାମ୍ବାଦିକମାନେ ସମାଜ ଦର୍ପଣ ସଦୃଶ ଜାଗ୍ରତ ପ୍ରହରି ଭାବେ କାର୍ୟ୍ୟ କରିଥାନ୍ତି। ତେଣୁ ଗଞ୍ଜାମ ପ୍ରେସ କ୍ଳବର ଲେଖନୀ ଚାଳନା ଓ କାର୍ୟ୍ୟ ଶୈଳୀକୁ ଉଚ୍ଚ ପ୍ରସଂଶା କରିଥିଲେ। ସମ୍ମାନିତ ଅତିଥିଭାବେ ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡି ଯୋଗଦେଇଥିଲେ। ଏକତା ହିଁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୁରକ୍ଷା କବଚ ବୋଲି ସାମ୍ବାଦିକମାନେ ନିଜ ବକ୍ତବ୍ୟରେ କହିବା ସହ ଗଞ୍ଜାମ ପ୍ରେସ କ୍ଳବ ସ୍ଥାନୀୟ ଅଞ୍ଚଳରେ ସାମ୍ବାଦିକମାନଙ୍କ ଏକତାକୁ ଗୁରୁତ୍ୱ ଦେଇ ଆସିଛି ବୋଲି ମତ ପ୍ରକାଶ ପାଇଥିଲା। ପ୍ରେସ କ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା, ସମ୍ପାଦକ ବିଦ୍ୟାଧର ସାହୁ, ଉପ ସଭାପତି ମୁରଲୀ ପ୍ରଧାନ, ସହ ସମ୍ପାଦକ ନିରଞ୍ଜନ ପରିଡା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ରାକେଶ ରଞ୍ଜନ ଦାଶ, ବିଜୟଲକ୍ଷ୍ମୀ ମହାଙ୍କୁଡ଼, କେ.ରଜନୀକାନ୍ତ ରେଡି, ମନୋଜ ପ୍ରଧାନ ପ୍ରମୁଖ ପ୍ରେସ କ୍ଳବ କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ରହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories