www.samajalive.in
Saturday, December 6, 2025
26.1 C
Bhubaneswar

ଫ୍ରାନ୍ସ ଜାତୀୟ ପତାକାର ରଙ୍ଗ ବଦଳିଲା

ପ୍ୟାରିସ: ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଦେଶର ଜାତୀୟ ପତାକାର ରଙ୍ଗ ପରିବର୍ତ୍ତନ କରିଛନ୍ତି । ସୂଚନାଯୋଗ୍ୟ ଯେ ଜାନୁଆରୀ ୧ ତାରିଖରେ ଫ୍ରାନ୍ସ ୟୁରୋପୀୟ ରାଷ୍ଟ୍ରସଂଘର ଅଧ୍ୟକ୍ଷ ଦାୟିତ୍ୱ ନେବାକୁ ଯାଉଥିବାବେଳେ ମାକ୍ରନ ଏପ୍ରିଲରେ ପୁନର୍ବାର ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଫ୍ରାନ୍ସର ଅତୀତର ବୀରତ୍ୱ କଥାକୁ ପ୍ରାଧାନ୍ୟ ଦେବା ପାଇଁ ଜାତୀୟ ପତାକା ରଙ୍ଗ ବଦଳାଇବାକୁ ମାକ୍ରନ ଆଦେଶ ଦେଇଥିଲେ । ପୂର୍ବରୁ ଫ୍ରାନ୍ସ ଜାତୀୟ ପତାକାର ରଙ୍ଗ ଲାଲ-ଧଳା ଏବଂ ନୀଳର ସମ୍ମିଶ୍ରଣ ଥିବାବେଳେ ସଂପ୍ରତି ସେଥିରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଥିବା ଉଜ୍ଜ୍ୱଳ ନୀଳ ରଙ୍ଗ ସ୍ଥାନରେ ଗାଢ ନେଭି ବ୍ଲୁ ରଖାଯାଇଛି । ୨୦୧୮ରେ ପ୍ରଥମେ ମାକ୍ରନ ଅଭିଭାଷଣ ଦେବା ସମୟରେ ତାଙ୍କ ପଛପଟେ ଲଗାଇଥିବା ଜାତୀୟ ପତାକାରେ ଏଭଳି ରଙ୍ଗ ପରିବର୍ତ୍ତନ କରାଯାଇଥିଲା । ପରେ ୨୦୨୦ରୁ ଏଲିସି ରାଜପ୍ରାସାଦ ଏବଂ ତତ୍‍ ସମ୍ପର୍କିତ ଅନ୍ୟାନ୍ୟ ସୌଧରେ ଅନୁରୂପ ପତାକା ଉଡାଯାଇଥିଲା । ନେଭି ବ୍ଲୁ ରଙ୍ଗ ଫରାସୀ ବିପ୍ଳବରେ ଲଢେଇ କରିଥିବା ବୀରମାନଙ୍କର ସ୍ମୃତିକୁ ସତେଜ କରୁଛି ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories