www.samajalive.in
Monday, December 8, 2025
24.1 C
Bhubaneswar

ଇନ୍‌ଟାକ୍‌ କୁଇଜ୍‌ରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଶ୍ରେଷ୍ଠ

ଭୁବନେଶ୍ବର: ଇଣ୍ଡିଆନ୍ ନେସନାଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚରାଲ ହେରିଟେଜ୍ (ଇନ୍‌ଟାକ୍) ପକ୍ଷରୁ ଇଣ୍ଡିଆ ହେରିଟେଜ୍ କୁଇଜ୍-୨୦୧୮ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ବର, ବାଲେଶ୍ବର, ବାରିପଦା, ମୟୁରଭଞ୍ଜ ଓ ସୋନପୁର ଭଳି ୫ଟି ପର୍ଯ୍ୟାୟର କରାଯାଇ ୧୦୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ଦୁଇ ଜଣ ଲେଖାଏଁ ବିବେଚିତ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ରବିବାର ଭୁବନେଶ୍ବର ଚାପ୍ଟରରେ ୧୨ଟି ସ୍କୁଲରୁ ୧୧୨ ଜଣ ପ୍ରତିଯୋଗୀ ଏଠାର ମଦର୍ସ ପବ୍ଲିକ୍ ସ୍କୁଲରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିଲା। ରାଜ୍ୟ ସ୍ତରରେ ୫ଟି ଟିମ୍ ପରସ୍ପର ପ୍ରତିଦ୍ବନ୍ଦ୍ବିତା କରି ଶେଷରେ ଡିଏଭି ସ୍କୁଲ, ଚନ୍ଦ୍ରଶେଖରପୁର ମଧ୍ୟ ଶ୍ରେଷ୍ଠ ଦଳ ଭାବେ ମନୋନୀତ ହୋଇଛି। ଏହି ଦଳ ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ସ୍ତରର କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ ବୋଲି ଇନ୍‌ଟାକ୍ ରାଜ୍ୟ ଆବାହକ ଏ.ବି. ତ୍ରିପାଠୀ ସୂଚନା ଦେଇଛନ୍ତି। ଏଥିରେ ରାଜ୍ୟ ଉପ-ଆବାହକ ଜାପାନୀ, ଉପଦେଷ୍ଟା ଅନନ୍ତ ମହାପାତ୍ର, ଦେବେନ୍ଦ୍ର ମିଶ୍ର, ଭୁବନେଶ୍ବର ଚାପ୍ଟର ଆବାହକ ବୈକୁଣ୍ଠ ପାଣିଗ୍ରାହୀ, ଉପ-ଆବାହକ ବିରଞ୍ଚି ମିଶ୍ର, ଅତିରିକ୍ତ ଉପ-ଆବାହକ ଅବନୀଶ ନାୟକ, କାର୍ଯ୍ୟନିର୍ବାହୀ ସଦସ୍ୟ ଦେବାଶିଷ ମହାପାତ୍ର ଓ ଅନୀଲ ଧୀର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories