www.samajalive.in
Saturday, December 13, 2025
26.1 C
Bhubaneswar

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜିଠୁ ଗଡ଼ିବ ଶିଶୁ ରେଳଗାଡ଼ି

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ ସାଜିଥିବା ଶିଶୁ ରେଳଗାଡ଼ି ମଙ୍ଗଳବାରଠାରୁ ପୁଣି ଚଳାଚଳ କରିବ। ଗତ ମାସ ୧୪ରେ ନୂଆ ରୂପରେଖରେ ଏହି ରେଳଗାଡ଼ି ଚାଲିବା ଆରମ୍ଭ କରିଥିଲା। ଚାଲିବାର ଦିନକ ପରେ ଅର୍ଥାତ ୧୫ରେ ୪୫ ଜଣ ଯାତ୍ରୀଙ୍କୁ ନେଇ ଷ୍ଟେସନକୁ ଫେରୁଥିବାବେଳେ ସେଥିରେ ତ୍ରୁଟି ଦେଖାଦେଇଥିଲା। ଟ୍ରେନର ପ୍ୟାନେଲ ବୋର୍ଡରେ ସର୍ଟସର୍କିଟ ଯୋଗୁଁ ଧୂଆଁ ବାହାରିଥିଲା। ଫଳରେ ସେହିଦିନଠାରୁ ଶିଶୁରେଳଗାଡି ଚଳାଚଳ ବନ୍ଦ ରହିଥିଲା ।
ଏହାପରେ ୪ କୋଟି ୯୮ଲକ୍ଷ ଟଙ୍କା ବ୍ୟୟବରାଦରେ ଦିଆଯାଇଥିବା ସଂସ୍ଥାକୁ ମରାମତି ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ କହିଥିଲେ। ଉକ୍ତ ସଂସ୍ଥା ଶିଶୁ ରେଳଗାଡ଼ିର ମରାମତି କରିବା ପରେ ମଙ୍ଗଳବାରଠାରୁ ଏହା ପୁଣି ଚଳାଚଳ କରିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଗୁରୁବାର ପର୍ଯ୍ୟନ୍ତ ଦୈନିକ ଶିଶୁ ରେଳଗାଡ଼ିଟି ସକାଳ ୧୦ରୁ ୪ଟା ମଧ୍ୟରେ ୬ ଟ୍ରିପ୍‌ କରିବ । ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ପର୍ଯ୍ୟଟକ ଶିଶୁ ରେଳଗାଡ଼ିରେ ବୁଲିବା ପାଇଁ ଟିକଟ ପାଇ ପାରିବେ। ଆବଶ୍ୟକତାକୁ ଦେଖି ଶୁକ୍ରବାରଠାରୁ ଶିଶୁ ରେଳଗାଡ଼ିର ଟ୍ରିପ୍‌ ସଂଖ୍ୟାରେ ବୃଦ୍ଧି କରାଯିବ ବୋଲି ଉପନିର୍ଦେଶକ ସଞ୍ଜିତ କୁମାର କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories