www.samajalive.in
Saturday, December 13, 2025
14.1 C
Bhubaneswar

ହୀରାକୁଦ ବିସ୍ଥାପିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଦୁଇ ହଜାର ବାସ୍ତୁହରାଙ୍କୁ ଜମି ପଟ୍ଟା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲାରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି। ଦୀର୍ଘ ୬୫ ବର୍ଷ ହେଲା ଅନ୍ୟାୟର ଶିକାର ହୋଇ ଆସୁଥିବା ହୀରାକୁଦ ବିସ୍ଥାପିତମାନଙ୍କ ଦୁଃଖ ଦୁର୍ଦଶା, ମନର କୋହ ଓ କ୍ଷୋଭକୁ ରାଜ୍ୟ ସରକାର ହୃହୟଙ୍ଗମ କରି ୨ ହଜାର ବିସ୍ଥାପିତଙ୍କୁ ୧୦ ଡେସିମିଲ ଳେଖାଏଁ ଜମି ପଟ୍ଟା ଦେବାକୁ ଆଜି ଘୋଷଣା କରିଛନ୍ତି। ‌ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଛଅ ଦଶନ୍ଧି ହେଲା ନ୍ୟାୟ ଅପେକ୍ଷାରେ ଥିବା ପରିବାରଙ୍କୁ ଆଶ୍ବସ୍ତ କରିଛି। ‌ପ୍ରକାଶଯୋଗ୍ୟ ଯେ ହଜାର ହଜାର ସଂଖ୍ୟକ ହୀରାକୁଦ ବିସ୍ଥାପିତଙ୍କ ପ୍ରତି ଛଅ ଦଶନ୍ଧିରୁ ଅଧିକ ସମୟ ଧରି ହୋଇ ଆସୁଥିବା ଅନ୍ୟାୟକୁ ‘ସମାଜ’ ଚଳିତ ବର୍ଷ ଏକ ପ୍ରସଙ୍ଗ କରିଥିଲା। ହୀରାକୁଦ ବିସ୍ଥାପିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ‘ସମାଜ’ ଗତ ୧୦ ମାସରେ ଲଗାତାର ୭ଟି ଖବର ପ୍ରକାଶ କରି ରାଜ୍ୟ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିିଛି।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଜିଲାରେ ସ୍ମାର୍ଟ କାର୍ଡ ବିତରଣ ବ୍ୟବସ୍ଥାକୁ ଆଜି ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଉଦଘାଟନ କରିଥି​​‌‌ଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଯୋଜନାରେ ଝାରସୁଗୁଡ଼ା ଜିଲାର ୧ ଲକ୍ଷ ୧୫ ହଜାର ଲୋକ ଉପକୃତ ହେବେ। ଏହାକୁ ମିଶାଇ ରାଜ୍ୟର ଆଜି ସୁଦ୍ଧା ୧୨ଟି ଜିଲା ଏହି ଯୋଜନାରେ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଝାରସୁଗୁଡ଼ା ଓ ବ୍ରଜରାନଗର ସହରାଞ୍ଚଳ ପାଇଁ ନିର୍ମିତ ଦୁଇଟି ଜଳ ବିଶୋଧନାଗାରକୁ ଉଦ୍‌ଘାଟନ କରିଥିଲେ। ଝାରସୁଗୁଡ଼ା ଜିଲାର ସବୁ ଗାଁ ଓ ସହରକୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ୬୧୮ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ୨୦୨୨ ଜୁନ ‌ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଜିଲାର ୧ ଲକ୍ଷ ୨୨ ହଜାର ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ପାର୍ବତୀ ଗିରି ବିଶାଳ ଉଠା ଜଳସେଚନ ପ୍ରକଳ୍ପରେ ୧ ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଉଛି। ଝାରସୁଗୁଡ଼ା ଜିଲାରେ ୧୮୬ କୋଟି ଟଙ୍କାରେ ୪ଟି ବିଶାଳ ଉଠା ସେଚ ପ୍ରକଳ୍ପ ନିର୍ମାଣ କାମ ଚାଲିଛି। ‌‌ବହୁତ ଶୀଘ୍ର
ଜିଲାର ସବୁ ଜମିକୁ ଜଳସେଚନ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ୧୫୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି। ଝାରସୁଗୁଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ହୃଦ୍‌ରୋଗ ଚିକିତ୍ସାଳୟର ନିର୍ମାଣ ଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଏଥି ପାଇଁ ୧୦୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଉଦବୋଧନ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ ଯେ ତାଙ୍କ ଦେଶପ୍ରେମ ଓ ସଂଗ୍ରାମ ଯୁଗ ଯୁଗ ଧରି ଓଡ଼ିଆଙ୍କୁ ପ୍ରେରଣା ଯୋଗାଉଥିବ। ସେହିପରି ସ୍ବାଧୀନତା ସଂଗ୍ରାମୀ ବିହାରୀରାମ ତନ୍ତୀ, ଲକ୍ଷ୍ମୀ ନାରାୟଣ ମିଶ୍ର ଓ ଚିନ୍ତାମଣି ପୂଜାରୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ମରଣ କରିଥିଲେ । ମଞ୍ଚରେ ୨୦ ଜଣ ହିତାଧିକାରୀ ମହିଳାଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା । ଏହି ଅବସରରେ ସ୍ଥ​ାନୀୟ ସ୍ତର​‌ରେ ‌ଝାରସୁଗୁଡ଼ା ଯାନ୍ତ୍ରୀକ ବିଦ୍ୟାଳୟର ପ୍ରେକ୍ଷାଳୟରେ ଅନୁଷ୍ଠିତ ସମାରୋହରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ମଞ୍ଚାସୀନ ଥିଲେ । ଏହି ଅତିଥିମାନଙ୍କ ସହିତ ରାଜ୍ୟସଭା ସାଂସଦ ସୁବାସ ସିଂ କେତେକ ହୀରାକୁଦ ବିସ୍ଥାପିତ ପରିବାରକୁ ଜମି ପଟ୍ଟା ବିତରଣ କରିଥିଲେ । ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories