www.samajalive.in
Saturday, December 13, 2025
26.1 C
Bhubaneswar

ବାଇକ ଧକ୍କାରେ ବୃଦ୍ଧା ମୃତ

ମୋହନା : ବାଇକ ଧକ୍କାରେ ବୃଦ୍ଧା ମୃତ। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ଛକ ନିକଟରେ  ବୃଦ୍ଧା ଜଣକ ରାସ୍ତା ପାରି ହେବା ସମୟରେ ଏକ  ବାଇକ  ଧକ୍କା ଦେଇଥିଲା । ଫଳରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ମୃତ ବୃଦ୍ଧା ଜଣକ ହେଉଛନ୍ତି  ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କେନ୍ଦଗୁଡା ଗ୍ରାମର ରାଇସି ବୀର(୬୧) ସେ ଚନ୍ଦ୍ରଗିରିରେ ରହୁଥିବା ନିଜ ସାନ ପୁଅ ଘରକୁ ବୁଲିବାକୁ ଆସିଥିଲେ। ସୋମବାର ଚନ୍ଦ୍ରଗିରିରୁ ବସରେ ଲୁହାଗୁଡି ଆସି ସେଠାରୁ ରାସ୍ତା ପାର ହୋଇ ଅପର ପାଖକୁ ଯିବା ସମୟରେ ବୃଦ୍ଧା ଜଣକୁ ଏକ ବାଇକ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରିଥଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ପୁଲିସ ଖବର ପାଇବା ମୃତ ଦେହକୁ ଓ ବାଇକକୁ ଜବତ କରି ଏକ ମାମଲା ରୁଜୁ କରିଛି।  ଏଏସଆଇ ଅଭିମନ୍ୟୁ ପାଣିଗ୍ରାହୀ ଘଟଣାର ତଦନ୍ତ କରୁଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories