www.samajalive.in
Monday, December 8, 2025
24.1 C
Bhubaneswar

ଆଜି ସଂଧ୍ୟାରୁ ଖୋଲିବ ଭଗବାନ ଆୟାପ୍ପାଙ୍କ ସାବରିମାଳା ମନ୍ଦିର

କୋଚି: ଭଗବାନ ଆୟାପ୍ପାଙ୍କ ପ୍ରସିଦ୍ଧ ସାବରିମାଳା ମନ୍ଦିରର ଦ୍ୱାର ସୋମବାର ସଂଧ୍ୟାରେ ଫିଟାଟିବ । ଏହାପରେ ଦୁଇମାସ ବ୍ୟାପୀ ତୀର୍ଥାଟନ ସମୟ ଆରମ୍ଭ ହେବ । ପ୍ରତିଦିନ କୋଭିଡ କଟକଣାକୁ ପାଳନ କରି ୩୦ ହଜାର ଭକ୍ତଙ୍କୁ ଭଗବାନଙ୍କର ଦର୍ଶନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କୋଭିଡ ଜନିତ ତାଲାବନ୍ଦ ପରିସ୍ଥିତି ପରେ ସୋମବାର ଠାରୁ ସାବରିମାଳା ମନ୍ଦିରକୁ ମଣ୍ଡଳା-ମକରଭିଲାକୁ (ମକର ସଂକ୍ରାନ୍ତି) ପାଇଁ ଖୋଲି ଦିଆଯିବ । ଏହାକୁ ଡିସେମ୍ବର ୨୬ ତାରିଖ ମଣ୍ଡଳପୂଜା ପର୍ଯ୍ୟନ୍ତ ଖୋଲା ରଖାଯିବ । ପରେ ତାହାକୁ ବନ୍ଦ କରାଯାଇ ଡିସେମ୍ବର ୩୦ରେ ପୁନର୍ବାର ଖୋଲାଯିବ, ଯାହା ଜାନୁଆରୀ ୨୦ ତାରିଖ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଖୋଲାରହିବ । ମନ୍ଦିର ମୁଖ୍ୟଦ୍ୱାର ଓ ଗର୍ଭଗୃହ ଖୋଲାଯିବା ସମୟରେ ମନ୍ଦିରର ମୁଖ୍ୟ ପୂଜକ (ତାନ୍ତ୍ରି) କାଣ୍ଡାରାରୁ ମହେଶ ମୋହନାରାରୁ ଉପସ୍ଥିତ ରହିବେ ବୋଲି ଜଣାଯାଇଛି । ଭକ୍ତଙ୍କ ପାଇଁ କୋଭିଡ କଟକଣାକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏହି ସ୍ଥଳକୁ ଦର୍ଶନରେ ଆସୁଥିବା ଭକ୍ତ ଦୁଇଟି କୋଭିଡ ଟିକା ନେଇଥିବା ପ୍ରମାଣପତ୍ର ଅଥବା ମନ୍ଦିରକୁ ଆସିବାର ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ପରୀକ୍ଷାରେ କୋଭିଡ ସଂକ୍ରମିତ ନଥିବା ପ୍ରମାଣପତ୍ର ଦେଖାଇବାକୁ ହେବ । ତାହାସହିତ ଭକ୍ତମାନେ ମୂଳ ଆଧାର କାର୍ଡ ମଧ୍ୟ ଏଠାରେ ଦେଖାଇବାକୁ ପଡିବ । ତେବେ ସମ୍ଭାବ୍ୟ କୋଭିଡ ସଂକ୍ରମଣର ମୁକାବିଲା କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଠାରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories