www.samajalive.in
Sunday, December 14, 2025
26.1 C
Bhubaneswar

ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌: ଅଷ୍ଟ୍ରେଲିଆ ଆଗରେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ଦୁବାଇ: ଟି-୨୦ ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ ଟକ୍କର। ଅଧିନାୟକ ୱିଲିୟମସନଙ୍କ ୮୫ରନ ବଳରେ ନ୍ୟୁଜିଲାଣ୍ଡ ୧୭୨/୪। ଅଷ୍ଟ୍ରେଲିଆ ପାଇଁ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ୧୭୩ରନ। ଷ୍ଟାର୍କ ବ୍ୟୟବହୁଳ ହୋଇଥିବାବେଳେ ହେଜେଲଉଡ, କମିନ୍ସ ଜାମ୍ପାଙ୍କ ଚମତ୍କାର ବୋଲିଂ କରିଛନ୍ତି।
ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରବିବାର ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଟସ୍‌ ଜିତିବା ପରେ କ୍ୱିୱି ଦଳକୁ କଙ୍ଗାରୁ ଟିମ୍‌ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ଙ୍କ ୮୫ ରନ୍‌ ଯୋଗୁଁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୭୨ ରନ୍‌ କରିଛି। ଫଳରେ ଅଷ୍ଟ୍ରେଲିଆକୁ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। କେନ୍‌ ୱିଲିୟମ୍‌ସନ୍‌ ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୮ଟି ବଲ୍‌ର ସାମ୍ନା କରି ୧୦ଟି ଚୌକା ଓ ୩ଟି ଛକା ମାରି ୧୭୭.୦୮ ହାରରେ ୮୫ ରନ୍‌ ସଂଗ୍ରହ କରିଥିଲେ।

ନ୍ୟୁଜିଲାଣ୍ଡର ଇନିଂସ ଆରମ୍ଭ କରିଥିଲେ ମାର୍ଟିନ ଗପ୍ଟିଲ ଓ ଡାରେଲ ମିଚେଲ୍‌। ଉଭୟ ବ୍ୟାଟ୍ସମ୍ୟାନ୍‌ ଦମଦାର ଆରମ୍ଭ କରିଥିଲେ। ନ୍ୟୁଜିଲାଣ୍ଡ ୩.୫ ଓଭରରେ ୨୮ ରନ୍‌ରେ ଡାରେଲ୍‌ (୧୧ ରନ୍‌)ଙ୍କୁ ହରାଇଥିଲା। ଡାରେଲ ଆଉଟ୍‌ ହୋଇଯିବା ପରେ ନ୍ୟୁଜିଲାଣ୍ଡ ପରବର୍ତ୍ତୀ ୪ ଓଭରରେ ମାତ୍ର ୧୦ ରନ୍‌ କରିଥିଲା। ସ୍କୋର ୭୬ ରନ୍‌ରେ ଅଷ୍ଟ୍ରେଲିଆର ୨ୟ ଶିକାର ହୋଇଥିଲେ ମାର୍ଟିନ୍‌ ଗପ୍ଟିଲ୍‌। ସେ ୩୫ଟି ବଲ୍‌ ଖେଳି ୩ଟି ଚୌକା ସହାୟତାରେ ୨୮ ରନ୍‌ ସଂଗ୍ରହ କରିଥିଲେ।
ନ୍ୟୁଜିଲାଣ୍ଡ ୧୪୪ ରନ୍‌ରେ ଗ୍ଲେନ୍‌ ଫିଲିପ୍ସ ଓ ୧୪୮ ରନ୍‌ରେ ୱିଲିୟମ୍‌ସନ୍‌ଙ୍କୁ ହରାଇଥିଲା। ଫିଲିପ୍ସ ବ୍ୟକ୍ତିଗତ ଭାବେ ୧୮ ରନ୍‌ ସଂଗ୍ରହ କରିବା ପାଇଁ ୧୭ଟି ବଲ୍‌ର ସାମ୍ନା କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଛକା ସାମିଲ ଥିଲା। ଜେମ୍‌ସ ନୀସାମ୍‌ (୧୩ରନ୍‌) ଓ ଟିମ୍‌ ସେଫର୍ଟ (୮ରନ୍‌) ଅପରାଜିତ ପାଭଲିଅନ୍‌କୁ ଫେରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍‌ ହାଜେଲଉଡ୍‌ ୩ଟି ୱିକେଟ୍‌ ନେଇଥିଲେ। ଆଦାମ୍‌ ଜାମ୍ପାଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories