www.samajalive.in
Saturday, December 13, 2025
26.1 C
Bhubaneswar

ବାଲ୍ୟବିବାହ ନିଷିଦ୍ଧ ନେଇ ଗଣଶପଥପାଠ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ମୁଖ୍ୟ ଫାଟକଠାରେ ବାଲ୍ୟବିବାହ ନିଷିଦ୍ଧ ନିମନ୍ତେ ଗଣ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶପଥପାଠ କାର୍ୟ୍ୟକ୍ରମରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର ଉପସ୍ଥିତ ରହି ବାଲ୍ୟବିବାହ ନିଷିଦ୍ଧ ନିମନ୍ତେ ଗଣ ଶପଥପାଠ କରାଇଥିଲେ। ତେବେ ବିଗତ ବର୍ଷ ତୁଳନାରେ ଜିଲାରେ ବାଲ୍ୟବିବାହ ପରିମାଣ କମିଥିଲେ ହେଁ ପ୍ରତି ତିନିଜଣରେ ଜଣେ ଝିଅ ବାଲ୍ୟ ଅବସ୍ଥାରେ ବିବାହ କରୁଥିବା ଜଣାପଡିଛି । ତେବେ କମ୍‌ ବୟସରେ ଝିଅମାନଙ୍କ ବିବାହ ହେବା ଦ୍ୱାରା ସେମାନଙ୍କର ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବ ପଡିଥାଏ। ସେହିପରି ବାଲ୍ୟବିବାହ ହେବା ଦ୍ୱାରା ମାତୃତ୍ୱ ସମୟରେ ଉଭୟ ମାଆ ଓ ଶିଶୁ ରକ୍ତହୀନତା ଏବଂ ଅପପୁଷ୍ଟିର ଶିକାର ହୋଇଥାନ୍ତି। ଏଭଳି ଏକ ଉଦ୍‌ବେଗଜନକ ଘଟଣାକୁ ନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହ ଏହାକୁ ରୋକିବା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କଠାରୁ ଆରମ୍ଭ କରି ଅଙ୍ଗନଓ୍ବାଡି କର୍ମୀ, ଗାଁ ମୁଖିଆ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଗଣମାଧ୍ୟମ ପ୍ରତିନିଧି ଓ ନିର୍ବାଚିତ ଜନ ପ୍ରତିନିଧିମାନେ ବ୍ୟାପକ ଉଦ୍ୟମ କରିବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏହି କାର୍ୟ୍ୟକ୍ରମରେ ସହକାରୀ ଯନ୍ତ୍ରୀ ଶ୍ରୀ ମିଶ୍ର, ଡବ୍ଲ୍ୟୁଇଓ ଜୟଶ୍ରୀ ବିଷୋୟୀ, କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥଙ୍କ ସହ ଅଙ୍ଗନବାଡ଼ି କର୍ମୀ ଓ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମ ସିଡ଼ିପିଓ ଶାନ୍ତିଲତା ରଥ ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories