www.samajalive.in
Sunday, December 14, 2025
26.1 C
Bhubaneswar

ବ୍ଲକସ୍ତରୀୟ ସୁରଭିରେ ଢେଙ୍କିକୋଟ ହାଇସ୍କୁଲର ସଫଳତା

ପାଟଣା: ଘଟଗାଁ ବ୍ଲକ ସ୍ତରୀୟ ସୁରଭିରେ ଅଂଶ ଗ୍ରହଣ କରିଥିବା ଢେଙ୍କିକୋଟ ସତ୍ୟନାରାୟଣ ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ କୃତିତ୍ୱ ପ୍ରଦର୍ଶନ କରିଛନ୍ତି। ଚିତ୍ରାଙ୍କନରେ ଦଶମ ଶ୍ରେଣୀର ଛାତ୍ର ଆଶିଷ ଦଳେଇ ପ୍ରଥମ ସ୍ଥାନ ଦଖଲ କରିଥିବା ବେଳେ ଦଳଗତ ଦେଶାତ୍ମବୋଧକ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମର ରୁକ୍ମଣୀ ମହାନ୍ତ, ଦିବ୍ୟା ଭାରତୀ ନାଏକ, ପ୍ରଜ୍ଞା ପାରମିତା ମହାକୁଡ଼, ରଶ୍ମିତା ରାଉତ ଓ ଅନିତା ଗିରିଙ୍କ ଦଳ ବ୍ଲକ ସ୍ତରରେ ତୃତୀୟ ସ୍ଥାନ ହାସଲ କରିଛି। ଏହି ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମ ସାରି ବିଦ୍ୟାଳୟକୁ ଫେରିବା ପରେ ପ୍ରଧାନ ଶିକ୍ଷକ ଫକୀର ଚରଣ ସାହୁ, କ୍ରୀଡା ଶିକ୍ଷକ ଭୀମସେନ ମହନ୍ତ ଓ ହିନ୍ଦୀ ଶିକ୍ଷକ ଚନ୍ଦ୍ର ଶେଖର ମାଲିକ ବିଦ୍ୟାଳୟରେ ସ୍ଵାଗତ କରି ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories