www.samajalive.in
Saturday, December 13, 2025
26.1 C
Bhubaneswar

୬୪୭ ଲିଟର ଦେଶୀ ମଦ ଜବତ, ୨ ଜଣ ଗିରଫ

ବେଗୁନିଆ:ବେଗୁନିଆ ଥାନା ଅଞ୍ଚଳରେ ମାଦକ ଦ୍ରବ୍ୟର କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନାମୀ ଦାମୀ ବିଦେଶୀ କମ୍ପାନୀ ନାମରେ ନକଲି ମଦ ବିକ୍ରି ହେଉଛି । ଏପରିକି ଗାଁ ଗାଁ ରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବାହାର ଅଞ୍ଚଳକୁ ପଠା ଯାଉଛି । ଦେଶୀ ମଦ ପ୍ରସ୍ତୁତି ଏଠାରେ କୁଟୀର ଶିଳ୍ପରେ ପରିଣତ ହୋଇଛି। ଗତ ୧୦ ତାରିଖରେ ବେଗୁନିଆ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସୁଜିତକୁମାର ମୁଦୁଲି ଏବଂ ଖୋର୍ଦ୍ଧା ରେଞ୍ଜ ଇନିସପେକ୍ଟର ଭୈରବ ସାହୁ ବେଗୁନିଆ ଥାନା ଅନ୍ତର୍ଗତ ଗଡମାଣତୀର ,ରାସୋଳ ,ସାନପଦର ଏବଂ ବାଁକୋଇରେ ଚଢ଼ାଉ କରି ୬ ହଜାର ଲିଟର ପୋଚ ନଷ୍ଟ କରି ୩୮୫ ଲିଟର ଦେଶୀ ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଥିଲେ।

 

- Advertisement -

ଗୋଟିଏ ଦିନ ପରେ ଆଜି ବେଗୁନିଆ ଥାନା ଅନ୍ତର୍ଗତ ଚଟୁଆ ଦେବୀପ୍ରସାଦ ଆଦିବାସୀ ସାହିରେ ଖୋର୍ଦ୍ଧା ରେଞ୍ଜ ଇନିସ୍ପେକ୍ଟର ଭୈରବ ସାହୁଙ୍କ ନେତୃତ୍ୱରେ ବେଗୁନିଆ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସୁଜିତକୁମାର ମୁଦୁଲି , ଜିଲ୍ଲା ମୋବାଇଲ ସ୍କ୍ୱାର୍ଡର ଇନିସପେକ୍ଟର ସସ୍ମିତା ହୋତା ଏବଂ ଆଇଆରବି ଫୋର୍ସ ଆଜି ସକାଳେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ନଳିତା ଦେହୁରୀ(୩୨)ଙ୍କ ଘରୁ ୬୨୫ ଲିଟର ଏବଂ କୃଷ୍ଣ ଦେହୁରୀଙ୍କ ଘରୁ୨୨ଲିଟର ଦେଶୀ ମଦ ଜବତ କରି ଉଭୟଙ୍କୁ ଗିରଫ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories