www.samajalive.in
Saturday, December 13, 2025
26.1 C
Bhubaneswar

ଥାନା ହାଜତରେ ଅଟକ ଥିବା ମହିଳାଙ୍କୁ ବିବସ୍ତ୍ର ହୋଇ ନାଚିବାକୁ କହିଲେ ପାକିସ୍ତାନି ମହିଳା ପୁଲିସ ଅଧିକାରୀ

କରାଚୀ: ପାକିସ୍ତାନ ଜଣେ ମହିଳା ପୁଲିସ ଅଧିକାରୀ ଥାନା ହାଜତରେ ଅଟକ ଥିବା ଜଣେ ମହିଳାଙ୍କୁ ବିବସ୍ତ୍ର ହୋଇ ନାଚିବାକୁ କହି ଏବେ ଅଡୁଆରେ ପଡିଯାଇଛନ୍ତି । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଦକ୍ଷିଣପଶ୍ଚିମ ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ କ୍ୱେଟାର ଜିନ୍ନା ସହରରୁ ଜଣେ ମହିଳାଙ୍କୁ ଏକ ଶିଶୁ ହତ୍ୟା ଅଭିଯୋଗରେ ଜେରା ପାଇଁ ଥାନାକୁ ଡକାଯାଇଥିଲା । ସେଠାରେ ଥିବା ମହିଳା ପୁଲିସ ନିରୀକ୍ଷକ ଉକ୍ତ ମହିଳା ପରୀ ଗୁଲଙ୍କୁ ଥାନା ହାଜତରେ ଅଟକ ରଖିଥିଲେ । ତେବେ ଥାନା ଅଧିକାରୀ ଜଣକ ମହିଳାଙ୍କୁ ବିବସ୍ତ୍ର ହୋଇ ନାଚିବାକୁ ବାଧ୍ୟ କରିଥିଲେ । ଅନ୍ୟ ଉପାୟ ନଦେଖି ମହିଳା ଜଣକ ଥାନା ମହିଳା ଅଧିକାରୀଙ୍କ ଆଦେଶ ପାଳନ କରିଥିଲେ । ସେହି ସମୟରେ ଥାନାେରେ ଅନ୍ୟ ପୁଲିିସ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଘଟଣା ଜଣାପଡିବା ପରେ ଏହାର ଉଚ୍ଚସ୍ତରୀୟ ତଦନ୍ତାଦେଶ ଦିଆଯିବା ସହିତ ଉକ୍ତ ମହିଳା ଅଧିକାରୀ ଶବାନାଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories