www.samajalive.in
Saturday, December 13, 2025
26.1 C
Bhubaneswar

ଭାରତୀୟ ରେଳରୁ ହଟିବ ‘ସ୍ୱତନ୍ତ୍ର ଟ୍ରେନ’ ଫଳକ

ନୂଆଦିଲ୍ଲୀ: ଦେଶରେ ସମସ୍ତ ଟ୍ରେନ ଏଣିକି ସେଗୁଡିକର ପୂର୍ବ ସଂଖ୍ୟାରେ ଚଳାଚଳ କରିବ ଏବଂ କୋଭିଡ ସମୟରେ ସେଗୁଡିକ ଯେଉଁଭଳି ‘ସ୍ୱତନ୍ତ୍ର ଟ୍ରେନ’ ଭାବରେ ଚଳାଚଳ କରୁଥିଲା, ସେଥିରୁ ସେହି ଫଳକ ହଟାଇ ଦିଆଯିବ । ଏହି ସ୍ୱତନ୍ତ୍ର ଟ୍ରେନଗୁଡିକ ନିମନ୍ତେ ଯାତ୍ରୀଙ୍କୁ ଅଧିକ ଭଡା ଦେବାକୁ ପଡୁଥିବାବେଳେ ଏଣିକି କୋଭିଡ ପୂର୍ବ ସମୟ ଭଡା ଲାଗୁ କରାଯିବ । ରେଳବାଇ ବୋର୍ଡ ପକ୍ଷରୁ ଏ ସଂକ୍ରାନ୍ତରେ ଦେଶର ସମସ୍ତ ରେଳ ଜୋନଗୁଡିକୁ ପତ୍ର ଲେଖାଯାଇ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଶୁକ୍ରବାର କୁହାଯାଇଛି । ଏହି ଆଦେଶ ତୁରନ୍ତ ଲାଗୁ କରିବାକୁ ଜୋନଗୁଡିକୁ କୁହାଯାଇଥିବା ଜଣାଯାଇଛି । ଦେଶରେ କୋଭିଡ ଜନିତ ତାଲାବନ୍ଦ ପରିସ୍ଥିତିକୁ ପ୍ରାୟତଃ କୋହଳ କରାଯାଇସାରିଥିବାବେଳେ ରେଳବାଇ ପକ୍ଷରୁ ପୂର୍ବର ଟ୍ରେନଗୁଡିକୁ ସ୍ୱତନ୍ତ୍ର ଟ୍ରେନ ଭାବରେ ଚଳାଚଳ କରାଯାଉଛି ଏବଂ ଯାତ୍ରୀମାନଙ୍କୁ ଏଥିପାଇଁ ଅଧିକ ଭଡା ଦେବାକୁ ପଡୁଛି । ଏ ସମ୍ପର୍କରେ ଯାତ୍ରୀମାନଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେବାପରେ ରେଳବାଇ ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି । ତେବେ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଦିନେ କିମ୍ବା ଦୁଇଦିନ ଲାଗିବ । ଏହାଦ୍ୱାରା ଆଗାମୀ କିଛିଦିନ ମଧ୍ୟରେ ଦେଶରେ ୧୭୦୦ ଟ୍ରେନ ପୁନର୍ବାର ସ୍ୱାଭାବିକ ଭାବରେ ଚଳାଚଳ କରିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories