www.samajalive.in
Wednesday, December 10, 2025
16.1 C
Bhubaneswar

ମାଓ ଦମନ ସହ ଗଞ୍ଜେଇ ଚାଷ ରୋକିବା ପାଇଁ ସ୍ୱତନ୍ତ୍ର ରଣନୀତି

ମାଲକାନଗିରି : ଦୁଇଦିନ ପୂର୍ବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଓଡିଶା ଆସିଥିବାବେଳେ ପୋଲାଭରମ ପ୍ରକଳ୍ପ ସମେତ ଆନ୍ଧ୍ର ଓଡିଶା ସୀମାନ୍ତ ମାଲକାନଗିରି ଜିଲାରେ ମାଓ ଦମନ ଓ ସୀମାନ୍ତରେ ଗଞ୍ଜେଇ ଚାଷ ନିମନ୍ତେ ସ୍ୱତନ୍ତ୍ର ଭାବେ ଆଲୋଚନା କରାଯାଇଥିଲା। ମାଲକାନଗିରି ଜିଲା ସୀମାକୁ ଲାଗି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲା, ପୂର୍ବ ଗୋଦାବରୀ ଜିଲା ସମେତ ତେଲେଙ୍ଗାନାର ଭଦ୍ରାଦ୍ରି ଜିଲା ରହିଛି ା ମାଲକାନଗରି ଜିଲା ପୁଲିସ ମିଳିତ ଭାବେ ମାଓ ଦମନ ଅଭିଯାନ ଆରମ୍ଭ କରିବାକୁ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା। ତିନୋଟି ଜିଲାର ପୁଲିସ ବାହିନୀକୁ ନେଇ ସ୍ୱତନ୍ତ୍ର ଭାବେ ଏକ ଦମନ ବାହିନୀ ଗଠନ କରାଯିବ। ଏଥିରେ ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡସ ଯବାନ, ଓଡିଶାର ଏସ୍‍.ଓ.ଜି. ଓ ଡିିଭିଏଫ ବାହିନୀ ସମେତ ବି.ଏସ୍‍.ଏଫ୍‍. ଓ କୋବ୍ରା ବାହିନୀକୁ ନିୟୋଜିତ କରାଯାଇ ସମ୍ପୂର୍ଣ୍ଣ ଭାବେ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ମୂଳୋତ୍ପାଟନ କରିବାକୁ ଯୋଜନା କରାଯାଇଛି। ଏ ନେଇ ଚିତ୍ରକୋଣ୍ଡାରେ ସ୍ୱତନ୍ତ୍ର ଏସ୍‍.ଆଇ.ଡବ୍ଲ୍ୟୁ(ସ୍ପେସାଲ ଇଣ୍ଟିଲିଜେନ୍ସ ଉଇଙ୍ଗ) ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା କାର୍ଯ୍ୟ କରିବ ା ଆଇ.ପି.ଏସ୍‍. ସ୍ତରରେ ଉଭୟ ରାଜ୍ୟର ଆଇ.ଜି.ଙ୍କ ଦ୍ୱାରା ଏହି ମାଓ ଅଭିଯାନ ଦମନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ା ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ କରାଯିବା ସହ ଆବଶ୍ୟକସ୍ଥଳେ ବାୟୁସେନାର ହେଲିକପ୍ଟର ନିୟୋଜିତ କରାଯାଇ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯିବ ା ପ୍ରଥମ ପର୍ଯ୍ୟାୟରେ ସ୍ୱାଭିମାନ ଅଞ୍ଚଳରେ ଯନ୍ତ୍ରୀ, ପଣସପୁଟ, ରାଲେଗେଡା, ପାପରମେଟଲା ଆଦି ଅଞ୍ଚଳ ସମେତ ଆନ୍ଧ୍ରପ୍ରଦେଶର ଚିନ୍ତାପାଲ୍ଲି ବ୍ଲକ ଅଧୀନ କୋରକଣ୍ଡା, ବାଲପମ୍‍ ପଞ୍ଚାୟତରେ ଉଭୟ ରାଜ୍ୟ ପକ୍ଷରୁ ମିଳିତ ଭାବେ ଦମନ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୪ହଜାରରୁ ଊର୍ଦ୍ଧ୍ବ ଯବାନଙ୍କୁ ନେଇ ସମ୍ପୂର୍ଣ୍ଣ ସ୍ୱାଭିମାନ ଅଞ୍ଚଳରେ ଆଗାମୀ ଡିସେମ୍ବର ମାସରୁ ପୁଲିସ ଛାଉଣି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ା ବିଶେଷକରି ସ୍ୱାଭିମାନ ଅଞ୍ଚଳରେ ଆଉ କିଛି ମାସ ମଧ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ପଞ୍ଚାୟତ ନିର୍ବାଚନରେ ମାଓବାଦୀ ଯେପରି ବାଧକ ନ ସାଜନ୍ତି ଏବଂ ଅବାଧ ନିରପେକ୍ଷ ହିଂସାମୁକ୍ତ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆନ୍ଧ୍ରପ୍ରଦେଶରୁ ସହାୟତା ଲୋଡ଼ାଯାଇଥିଲା। ମାଓ ଭୟରେ ସ୍ୱାଭିମାନ ଅଞ୍ଚଳର ୧୮ଟି ପଞ୍ଚାୟତରେ ଗତ ୨୦୧୭ରେ ପଞ୍ଚାୟତ ନିର୍ବାଚନ ହୋଇପାରି ନ ଥିଲା। ମାଓବାଦୀଙ୍କ ଭୋଟ ବର୍ଜନ ଓ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନ କରିବାକୁ ଧମକ ଦେବା ପରେ କୌଣସି ପ୍ରାର୍ଥୀ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ କରି ନ ଥିଲେ ା ତେଣୁ ବାଧ୍ୟ ହୋଇ ଏଠାରେ ନିର୍ବାଚନ ବନ୍ଦ କରିଥିଲେ, କିନ୍ତୁ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ବିଗତ ଦିନର ବୁଡି ଅଞ୍ଚଳ ଏବେ ସ୍ୱାଭିମାନ ଅଞ୍ଚଳରେ ପରିଣତ ହୋଇଛି ା
ମାଓଗଡ଼ କୁହାଯାଉଥିବା ଜଡାମ୍ବ, ପାପରମେଟଲା, ହନ୍ତାଳଗୁଡ଼ା ପ୍ରଭୃତି ଅଞ୍ଚଳରେ ବି.ଏସ୍‍.ଏଫ ପକ୍ଷରୁ କ୍ୟାମ୍ପ ନିର୍ମାଣ ପରେ ଲାଲବାହିନୀ ପଛଘୁଞ୍ଚା ଦେଇଥିବାବେଳେ ଲୋକଙ୍କ ବିଶ୍ୱାସର ଆସ୍ଥାଭାଜନ ହୋଇପାରିଛନ୍ତି ଯବାନ ା ଏଭଳି ସ୍ଥିତିରେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓ ସଙ୍ଗଠନର ଛାମୁଆ ବାହିନୀ କୁହାଯାଉଥିବା ଗୁମ୍ମା ଆଞ୍ଚଳିକ ବାହିନୀ, କୋରୁକୋଣ୍ଡା ମାଓ ସଙ୍ଗଠନ ଓ ମାଲକାନଗିରି, କୋରାପୁଟ, ବିଶାଖାପାଟଣା ମାଓ ସଙ୍ଗଠନ ମିଳିତ ଭାବେ ଏହି ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ରଣକୌଶଳ ଆରମ୍ଭ କରିଛନ୍ତି ା ସ୍ଥାନୀୟ ଆଦିବାସୀଙ୍କୁ ଢାଲ କରି ପୁଲିସ ବିରୋଧରେ ପ୍ରଜାମେଳୀ କରି ପ୍ରଶାସନ ଓ ଲୋକଙ୍କୁ ମତାଉଥିବାବେଳେ ରାଜ୍ୟ ସରକାରଙ୍କ ପାଇଁ ମାଓବାଦୀ ସଙ୍ଗଠନର ଏହି କାର୍ଯ୍ୟକଳାପ ମୁଣ୍ଡବ୍ୟଥାର କାରଣ ସାଜିଛି ା ତେଣୁ ସଙ୍ଗଠନକୁ ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପାଟନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଆନ୍ଧ୍ର ଓ ଓଡିଶା ସରକାର ା ସ୍ୱତନ୍ତ୍ର ଭାବେ ଏକ କାର୍ଯ୍ୟାଳୟ ଖୋଲାଯାଇ ଅତ୍ୟାଧୁନକି ସା​‌େ​‌ଟଲାଇଟ, କ୍ୟାମେରା, ଅସ୍ତ୍ରଶସ୍ତ୍ର, ୨ ହଜାର ଯବାନ ଉଭୟ ରାଜ୍ୟର ଏହି ଅଭିଯାନରେ ସାମିଲ ହେବେ ା ଅନୁରୂପ ଭାବେ ମାଲକାନଗିରି ଚିତ୍ରକୋଣ୍ଡା ଜାନବାଇଠାରୁ ଆନ୍ଧ୍ରପ୍ରଦେଶ ଚିନ୍ତାପାଲ୍ଲିକୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ା
ତେବେ ମାଓବାଦୀମାନେ ଏଠାରେ ବାଧକ ସାଜିଛନ୍ତି ା ଏହି ରାସ୍ତା ନିର୍ମାଣ ହେଲେ ଚିତ୍ରକୋଣ୍ଡାରୁ ବିଶାଖାପାଟଣା ରାସ୍ତା ମାତ୍ର ୧୮୦ କିଲୋମିଟର ମଧ୍ୟରେ ସୀମିତ ରହିବ ା ତେଣୁ ସୀମାନ୍ତ ରାସ୍ତା ନିର୍ମାଣ ସହ ଏହି ଅଞ୍ଚଳରେ ପେଦାରେଉ ନଦୀରେ ପୋଲ ନିର୍ମାଣ ପାଇଁ ସ୍ୱତନ୍ତ୍ର ଅନୁଦାନ ଆସିଥିବାବେଳେ ବର୍ଷବର୍ଷ ଧରି ଏଠାରେ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ତେଣୁ ଯବାନମାନେ ସୁରକ୍ଷା ଦେଇ ଏହି ରାସ୍ତା ଓ ପୋଲ ନିର୍ମାଣ କରିବେ ବୋଲି ସୂଚନା ମିଳିଛି ା

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories