ମୁମ୍ବଇ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲରେ ଗିରଫ ହୋଇଥିବା ୧୧ ଜଣ ଅଭିଯୁକ୍ତଙ୍କୁ ଶନିବାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମୁମ୍ବଇର ଏକ ସିବିଆଇ କୋର୍ଟ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସେମାନେ ଅଦାଲତ ହେପାଜତ୍ରେ ରହିବେ। ସିବିଆଇ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ହୀରା ବ୍ୟବସାୟୀ ନିରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ୍ ଚୋକ୍ସି ନକଲି ଲେଟର ଅଫ ଅଣ୍ଡର ଟେକିଂ ଏବଂ ଲେଟର ଅଫ କ୍ରେଡିଟ ବ୍ୟବହାର କରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଠକି ନେଇଥିଲେ। ଏହି ଦୁଇ ଜଣଙ୍କୁ ବ୍ୟାଙ୍କର କିଛି କର୍ମଚାରୀ ମଧ୍ୟ ସହଯୋଗ କରିଥିଲେ ବୋଲି ସିବିଆଇ କହିଛି।
Popular Categories



