www.samajalive.in
Saturday, December 13, 2025
21.1 C
Bhubaneswar

ଟ୍ବେଣ୍ଟି-୨୦ର ନୂଆ ବିଶ୍ବବିଜେତାକୁ ଅପେକ୍ଷା

ଦୁବାଇ  : ଟ୍ବେଣ୍ଟି-୨୦ ବିଶ୍ବକପରେ ଏଥର ମିଳିବ ନୂଆ ବିଜେତା। ବିଶ୍ବକପ-୨୦୨୧ ଫାଇନାଲରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ପଡୋଶୀ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ। ରବିବାର ଦୁବାଇରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ବିଶ୍ବକପର ଫାଇନାଲ ମ୍ୟାଚ ଖେଳାଯିବ। ଉଭୟ ଦଳ ମଧ୍ୟରୁ ଯିଏ ବି ବିଜେତା ହୁଅନ୍ତୁ ତାହା ଟ୍ବେଣ୍ଟି-୨୦ ବିଶ୍ବକପରେ ନୂଆ ବିଜେତା ସୃ​‌ଷ୍ଟି କରିବ। ଅଷ୍ଟ୍ରେଲିଆ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବାବେଳେ ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ଫାଇନାଲ ଖେଳିବ।
୫ଥର ଦିନିକିଆ ବିଶ୍ବକପ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଆଜି ପର୍ୟ୍ୟନ୍ତ କେବେହେଲେ ଟ୍ବେଣ୍ଟି-୨୦ରେ ଚମ୍ପିଆନ ହୋଇନାହିଁ । ଦଳ ୨୦୦୭ରେ ସେମି ଫାଇନାଲରୁ, ୨୦୦୯ରେ ସୁପର-୮ରୁ ବିଦାୟ ନେଇଥିବାବେଳେ ୨୦୧୦ରେ ଫାଇନାଲରେ ପହଞ୍ଚିଥିଲା। ଫାଇନାଲରେ ଇଂଲଣ୍ଡ ନିକଟରୁ ୭ ୱିକେଟରେ ପରାଜିତ ହୋଇ ରନର୍ସଅପ ହୋଇଥିଲା। ୨୦୧୨ରେ ଦଳ ସେମିଫାଇନାଲରୁ, ୨୦୧୪ ଓ ୨୦୧୬ରେ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଦଳ ଦ୍ବିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ଟାଇଟଲ ହାସଲ କରିବା ନେଇ ଦୃଢ ଆଶାବାଦୀ ମଧ୍ୟ ରହିଛି। ସେହିପରି ନ୍ୟୁଜିଲାଣ୍ଡ ୨୦୦୭ରେ ସେମିଫାଇନାଲରୁ ବିଦାୟ ନେଇଥିବାବେଳେ ୨୦୦୯ରେ ସୁପର-୮ରୁ, ୨୦୧୦ରେ ସୁପର-୮ରୁ, ୨୦୧୨ରେ ସୁପର-୮ରୁ, ୨୦୧୪ରେ ଲିଗ୍‌ ପର୍ୟାୟରୁ ଓ ୨୦୧୬ରେ ସେମିଫାଇନାଲରୁ ବିଦାୟ ନେଇଥିଲା। ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଦଳ ୨୦୧୫ରୁ ଆଇସିସି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଆସୁଛି । ୨୦୧୫ ଦିନିକିଆ ବିଶ୍ବକପରେ ଦଳ ଫାଇନାଲ ଖେଳିଥିବାବେଳେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇ ରନର୍ସଅପ ହୋଇଥିଲା। ୨୦୧୬ ଟ୍ବେଣ୍ଟି୨୦ ବିଶ୍ବକପ ସେମିଫାଇନାଲରେ ପରାଜିତ ହୋଇଥିଲା। ୨୦୧୯ ଦିିନିକିଆ ବିଶ୍ବକପର ଫାଇନାଲରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇ ରନର୍ସଅପ ହୋଇଥିଲା। ୨୦୨୧ ପ୍ରଥମ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ରେ ଭାରତକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା। ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପର ଫାଇନାଲରେ ପହଞ୍ଚିଛି। ଫାଇନାଲ ଜିତି ପ୍ରଥମ ଟ୍ବେଣ୍ଟି-୨୦ ଟ୍ରଫି ହାସଲ କରିବାକୁ ଉଭୟେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ ଆଶାବାଦୀ ରହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories