www.samajalive.in
Sunday, December 14, 2025
19.1 C
Bhubaneswar

ପିପିଲିରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ହରତାଳ

ପିପିଲି: ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବିରେ ରାଜ୍ୟ କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ପିପିଲିରେ କଂଗ୍ରେସ ପକ୍ଷରୁ ଶୁକ୍ରବାର ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରାଯାଇଛି।

ପିପିଲିର କଂଗ୍ରେସ ନେତା ବିଶ୍ୱକେସନ ହରିଚନ୍ଦନ ମହାପାତ୍ରଙ୍କ ନେତୃତ୍ୱରେ କଂଗ୍ରେସ ଦଳର ନେତା ଓ କର୍ମୀମାନେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ପିପିଲି ପୌରାଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ପରେ ଶ୍ରୀ ହରିଚନ୍ଦନଙ୍କ ସଭାପତିତ୍ୱରେ ପିପିଲି ହାଟଛକଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବ୍ଲକ କଂଗ୍ରେସ କମିଟି ସଭାପତି ଜିତୁପ୍ରକାଶ ପରିଡା, ଏନ୍‍ଏସି ସଭାପତି ସେକ୍‍ ମେହେବୁବ, ବରିଷ୍ଠନେତା ଗୁଣନିଧି ପ୍ରଧାନ, ମହମ୍ମଦ ଇମାମଉଦ୍ଦିନ ପ୍ରମୁଖ ଯୋଗଦେଇ ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବା ଅଭିଯୋଗ କରିବା ସହ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଥିଲେ। ତେବେ କଂଗ୍ରେସର ଏହି ଓଡିଶା ବନ୍ଦର ପ୍ରଭାବ ପିପିଲିରେ ପଡି ନ ଥିବା ବେଳେ ଦୋକାନବଜାର, ସାପ୍ତାହିକ ହାଟ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଆଦି ଖୋଲା ରହିଥିବା ପରିଲକ୍ଷିତ ହୋଇଥିଲା।

- Advertisement -

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories