www.samajalive.in
Saturday, December 13, 2025
14.1 C
Bhubaneswar

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ : ଜନ୍ତରମନ୍ତରରେ ଯୁବ କଂଗ୍ରେସର ଗଣଧାରଣା

ନୂଆଦିଲ୍ଲୀ : ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ, ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଏବଂ ଗିରଫଦାରୀ ଦାବିରେ ଆଜି ସ୍ଥାନୀୟ ଜନ୍ତରମନ୍ତରଠାରେ ଅନୁଷ୍ଠିତ ରାଜ୍ୟ ଯୁବକଂଗ୍ରେସର ଦିନିକିଆ ଗଣଧାରଣା ଓ ପ୍ରତିବାଦ ସଭାରେ କଂଗ୍ରେସ ନେତୃଗଣ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ରାଜ୍ୟ ଯୁବକଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଆୟୋଜିତ ଧାରଣାରେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ସହ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତା ଥିବା କାରଣରୁ ପୁଲିସ ତଦନ୍ତର ନିରପେକ୍ଷତା ନେଇ ପ୍ରଶ୍ନ କରାଯାଇଥିଲା। ପ୍ରତିବାଦ ସଭାରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତ ଯୁବକଂଗ୍ରେସ ରାଷ୍ଟ୍ରୀୟ ପ୍ରଭାରୀ କ୍ରିଷ୍ଣା ଆଲାବାରୁ, କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ, ଓଡ଼ିଶା ଯୁବ କଂଗ୍ରେସ ପ୍ରଭାରୀ ରିଆଜୁଲ ଅନସାରୀ, ଯୁବ କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ସରିଫା ରହମନ ପ୍ରମୁଖ ନିଜ ଉଦବୋଧନରେ ବିଜେଡି ନେତୃତ୍ୱାଧୀନ ଓଡ଼ିଶା ସରକାର ଏବଂ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଯୋଗୁଁ ମା, ଭଉଣୀମାନେ ଅସୁରକ୍ଷିତ ହୋଇପଡ଼ିଲେଣି ବୋଲି ଅଭିଯୋଗ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ ଓ ମୁରଲୀଧର ଜେନା, ଚିନ୍ମୟ ପ୍ରସାଦ ବେହୁରା, ବିଶ୍ୱଜିତ ଦାସ, ନିକୁଞ୍ଜ ପଶାୟତ, ସଞ୍ଜୟ ରାୟ, ସୁଜିତ ଜେନାଙ୍କ ସମେତ ଯୁବକଂଗ୍ରେସର ଜ୍ଞାନେନ୍ଦ୍ର ଦାସ, ଆଲବର୍ଟ କିଣ୍ଡୋ, ମହମ୍ମଦ ଆସିଫ, ମହମ୍ମଦ ଅଲିମ, ଜ୍ଞାନେନ୍ଦ୍ର ମହାନ୍ତି, ରମଜାନ ଅଲ୍ଲି, ସେକ୍‍ ଗୁଲାମୁହିଦିନ, ମହେଶ୍ୱର ପ୍ରଧାନ, ଆର୍ଯ୍ୟବୀର ଲେଙ୍କା, ବସନ୍ତ ପାଢ଼ୀ, ସତ୍ୟପ୍ରିୟ ସାମଲ, ଶ୍ରୀକାନ୍ତ ବିଶ୍ୱାଳ, ଅମ୍ରିତା ଦାସ, ନିକିତ ପରବିନ, ବଳରାମ ରାଉତ, ସତ୍ୟାନନ୍ଦ ରାଉତ, ବିକ୍ରମ ପଣ୍ଡା, ସର୍ବଜିତ ପଟ୍ଟନାୟକ, ଜ୍ଞାନରଞ୍ଜନ ରାଉତ, ସୁରେନ୍ଦ୍ର ପାଢ଼ୀ, ପୃଥ୍ବୀରାଜ ନାୟକ, ରାଧାକାନ୍ତ ଦିଗଲ, ବିଶ୍ୱଜିତ ଲେଙ୍କା, କହ୍ନେୟାଲାଲ ସାବତ, ସୋମନାଥ ପଣ୍ଡା, ବିଭୂତି ଭୂଷଣ ବଳସିଂରାୟ, ସନ୍ତୋଷ ପାତ୍ର, ଦେବେନ୍ଦ୍ର ପ୍ରସାଦ ସେଠୀ ଓ ସୁଜିତ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories