www.samajalive.in
Tuesday, December 9, 2025
16.1 C
Bhubaneswar

ପାଟଣାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ’

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ, ସମ୍ମାନୀତ ଅତିଥି ଭାବେ ଏବିଇଓ ଗୌରାଙ୍ଗ ଚରଣ ଖିଲାର , ଏବିଇଓ ସାଚ୍ଚିଦାନନ୍ଦ ସେଠୀ, ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ କମଳାକାନ୍ତ ପତି, ଖବରଟବରର ସମ୍ପାଦକ ନୃସିଂହ ନାଥ ସିଂହ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କ୍ଷେତ୍ରମୋହନ ମହାନ୍ତ ସଭାରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ବ୍ଲକର ୧୩ଟି ଆଞ୍ଚଳିକ ସାଧନ କେନ୍ଦ୍ର ଅଞ୍ଚଳରୁ ୩୫୦ଜଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
ଛାତ୍ର-ଛାତ୍ରୀ ମାନେ ବକ୍ତୃତା, ରଚନା, ଚିତ୍ରାଙ୍କନ, ସାଧାରଣଜ୍ଞାନ, ସଂଗୀତ, ସୃଜନଶୀଳ ଲିଖନ, ବାକପଟୁତା, ହସ୍ତାକ୍ଷର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ବେଳେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିଗଣଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତର କାର୍ଯ୍ୟକ୍ରମକୁ ମନୋନୀତ ହୋଇଛନ୍ତି । କାର୍ଯ୍ୟକ୍ରମକୁ ଗୌର ଚରଣ ମହାନ୍ତ , କବିତା ମହାନ୍ତ , ସନ୍ଧ୍ୟା ରାଣୀ ମହାନ୍ତ ,ନକୁଳ ଚନ୍ଦ୍ର ପାତ୍ର ,ଗୁରୁଚରଣ ନାଏକ, ଗଣନାଥ ମହାନ୍ତ , ଜଗନ୍ନାଥ ମହାନ୍ତ ପରିଚାଳନା କରିଥିବା ବେଳେ ପାର୍ଥ ସାରଥୀ ବେଜ, ସନ୍ତୋଷ କୁମାର ନାଏକ ,କପିଳ ଚନ୍ଦ୍ର ଦାଶ, ପ୍ରମୋଦ କୁମାର ମହାନ୍ତ ଓ ବିର ମୋହନ ଦ୍ବିବେଦୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। ଶିକ୍ଷକ ଭବାନୀ ଶଙ୍କର ମହାନ୍ତ ,ବିଭୂତି ଚରଣ ପ୍ରଧାନ, ବିଭୀଷଣ ଦଳଦଶିଆ ,ପ୍ରଫୁଲ୍ଲ ଚନ୍ଦ୍ର ନାଏକ,ଦିବାକର ଦେହୁରୀ, ହିମାଂଶୁ ଶେଖର ଚାଟାର୍ଜୀ ,ପ୍ରକାଶ ମିଶ୍ର କଳାକାର ରଣା ଓ ରାଜେନ୍ଦ୍ର ନାଏକ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତା ସଞ୍ଚାଳନ କରିଥିଲେ। ନୃତ୍ୟରେ ଚିଲିଦା ବାଳିକା ଉଚ୍ଚ ବିଦ୍ୟାଳୟ, ସ୍ୱାମ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ, ପଲାଣଘାଟି ବାଳିକା ବିଦ୍ୟାଳୟ, ବକ୍ତୃତାରେ ରାଜଶ୍ରୀ ଦଣ୍ଡପାଟ, ପଙ୍କଜିନି ମହାନ୍ତ, ନିବେଦିତା ମହାନ୍ତ ପ୍ରବନ୍ଧରେ ଅନ୍ନପୂର୍ଣ୍ଣା ପ୍ରିୟଦର୍ଶିନୀ, ଶାନ୍ତିଲତା ସୋରେନ, ସଚ୍ଚିଦାନନ୍ଦ ମହାନ୍ତ ସଙ୍ଗୀତରେ ତନ୍ମୟ ଶତପଥୀ, ମୀନା ସିଂହ, ରଶ୍ମିରେଖା ମାରାଣ୍ଡି ଓ ଚିତ୍ରାଙ୍କନ ରେ ସତ୍ୟଜିତ ନାଏକ ,ନବୀନ କୁମାର ମହାନ୍ତ ଓ ନିର୍ମଳା ବିନ୍ଧାଣିଙ୍କୁ ଅତିଥି ଗଣଙ୍କ ଦ୍ଵାରା ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories