www.samajalive.in
Sunday, December 14, 2025
26.1 C
Bhubaneswar

 ବିଷ ପିଇଥିବା ଆପିଏସ୍‌ ଅଧିକାରୀଙ୍କ ଚିକିତ୍ସାଧୀନ ଅବସ୍ଥା ମୃତ୍ୟୁ

କାନପୁର .- ବିଷପାନ କରିଥିବା ଆଇପିଏସ୍‌ ଅଧିକାରୀଙ୍କର ଚିକିତ୍ସାଧିନ ଅବସ୍ଥାରେ  ମୃତ୍ୟୁ ହୋଇଛି । ରବିବାର ମଧ୍ୟାହ୍ନ ୧୨ଟା୧୯ ସମୟରେ  କାନପୁରର (ପୂର୍ବ) ଏସ୍‌ପି ସୁରେନ୍ଦ୍ର ଦାସଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀଙ୍କ ସହ ଝଗଡା ହେବା ପରେ ସେ ୪ ଦିନ ତଳେ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ଘରେ କାମ କରୁଥିବା କର୍ମଚାରୀ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖିବା ପରେ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତ କରିଥିଲେ । ପୁଲିସ ତଦନ୍ତ କରିବା ବେଳ ସେ ନିଜ ମୋବାଇଲ୍‌ ଫୋନ୍‌ ଓ ଲାପ୍‌ଟପ୍‌ରେ ଆତ୍ମହତ୍ୟା କରିବାର ବିଭିନ୍ନ ଉପାୟ ବିଷୟରେ ଖୋଜିଥିବା ଜାଣିବାକୁ ପାଇଥିଲେ ।

ଜନ୍ମାଷ୍ଟମୀରେ ତାଙ୍କର ପତ୍ନୀ ଆମୀଷ ପିଜା ବରାଦ ଦେବାରୁ ଦୁଇଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ମାନସିକ ଚାପରେ ରହି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ  ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଅନେକ ଲୋକ ଡାକ୍ତରଖାନାରେ ପହଞ୍ଚିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories