www.samajalive.in
Thursday, December 11, 2025
15.1 C
Bhubaneswar

ବିଜେପି ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଝୁମ୍ପୁରା : ରାଜ୍ୟ ସରକାର ଶିକ୍ଷୟତ୍ରୀ ମମିତାକୁ ନ୍ୟାୟ ଦେବାରେ ଟାଳ ଟୁଳ ନୀତି ଅବଲମ୍ବନ କରିବା ସହିତ ଶିକ୍ଷୟତ୍ରୀ ମମିତା ହତ୍ୟା କାଣ୍ଡରେ ସଂପୃକ୍ତ ଥିବା ମନ୍ତ୍ରୀଙ୍କୁ ବହିଷ୍କାର ଦାବି ନେଇ ସୋମବାର ଦିନ ପୂର୍ବାହ୍ନରେ ଝୁମ୍ପୁରା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁନ୍ତ୍ରୀ ମାନଙ୍କ କୁଶପୁତଳିକା ଦାହ କରାଯାଇଥିବା ଦେଖିବାକୁ ମିଳିଛି । ବିଜେପିର ଜିଲା ସାଧାରଣ ସଂପାଦକ ଅନୁବ୍ରତ ବେହେରା ନେତ୍ୱତରେ ଝୁମ୍ପୁରା କୃଷକ ବଜାର ଠାରୁ ଏକ ଶୋଭାଯାତ୍ରରେ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ବିଜେପି କର୍ମୀ ମାନେ ରାଜ୍ୟ ସରକାର ଅପାରଗ ସରକାର ହୋଇ ଦୋଷୀ ମାନଙ୍କ ଘଣ୍ଟ ଘୋଡାଇ ରଖି ରାଜ୍ୟରେ ଅସାମାଜିକ କାର୍ଯ୍ୟକଳାପକୁ ବୃଦ୍ଧି କରି ଚାଲିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା । ରାଜ୍ୟରେ ନାରୀ ନିର୍ଯ୍ୟାତନା ଦିନକୁ ଦିନ ବଢି ବଢି ଚାଲିଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ ନିରାପଦ ଭାବେ ଛତ୍ରଛାୟା ତଳେ ରଖି ଅପରାଧକୁ ବଢାଇ ଚାଲିଛନ୍ତି । ମମିତା ହତ୍ୟା କାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ ରହିଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ରାଜ୍ୟ ସରକାରଙ୍କ ଏହି ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ସହିତ କୁଶପୁତଳିକା ଦାହ କରିଛନ୍ତି । ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବା ସହିତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପିର ଏହି ବିକ୍ଷୋଭ ପ୍ରଦର୍ଶନ। ବିକ୍ଷୋଭ ପ୍ରଦର୍ଶନ ସମୟରେ ଉପସ୍ଥିତ ଥିଲେ କେନ୍ଦୁଝର ସଦର ବିଧାୟକ ତଥା ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ପାଟଣା ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ, ଉଖୁଣ୍ଡା ମଣ୍ଡଳ ସଭାପତି ଲକ୍ଷ୍ମଣ କୁମାର ରାଉତ, ଯୁବମୋର୍ଚ୍ଚା ଜିଲା ସଭାପତି ହେମରଞ୍ଜନ ବାରିକ, ଜିଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ମୁନା ମହାରଣା, ସୁରେଶ ଚନ୍ଦ୍ର ମହାନ୍ତ, ଖୁଣ୍ଟାପଡା ସରପଞ୍ଚ ଅନିତା ମାର୍ଣ୍ଡି, ଅର୍ଶଳା ସରପଞ୍ଚ ପ୍ରଶ୍ନ ନାଏକ,ଜିଲା ସମ୍ପାଦିକା ବିଜୟଲକ୍ଷ୍ମୀ ପାତ୍ର, ପୂର୍ବତନ ସମିତି ସଭ୍ୟା ତନୟା ବାରିକ ଙ୍କ ସମେତ ଶତାଧିକ ବିଜେପି କର୍ମୀ ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ବିଜେପି କର୍ମୀ ମାନେ ଶେଷରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନାଙ୍କ କୁଶପୁତଳିକୁ ଦାହ କରିଥିବା ଦେଖିବାକୁ ମିଳିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories