www.samajalive.in
Sunday, December 14, 2025
23.1 C
Bhubaneswar

ନିଟ୍ ପରୀକ୍ଷାରେ ଅର୍ପିତାଙ୍କ କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା 

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ କୟଳପଡ଼ା ପଞ୍ଚାୟତ ସିମିଳିହାଣ୍ଡ ଗ୍ରାମର ଅର୍ପିତା ନାୟକ ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା (ନିଟ୍)ରେ କୃତିତ୍ୱ ହାସଲ କରିଛନ୍ତି । ସେ ୬୫୫ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୩୩୩୮ ସ୍ଥାନରେ ରହିଛନ୍ତି । ଶିକ୍ଷକ ଅକ୍ଷୟ କୁମାର ନାୟକ ଓ ନମିତା ଦେଓଙ୍କ ଏକମାତ୍ର କନ୍ୟା ତଥା ଚାରବାଟିଆସ୍ଥିତ କେନ୍ଦ୍ରିୟ ବିଦ୍ୟାଳୟର ଛାତ୍ରୀ ଅର୍ପିତା ନିଟ୍ ପରୀକ୍ଷାରେ ସଫଳ ହୋଇଥିବାରୁ ବିଦ୍ୟାଳୟର ଅଧ୍ୟାପନା ମଣ୍ଡଳୀ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । କୃତିଛାତ୍ରୀ ଅର୍ପିତା ଜଣେ ମେଧାବୀ ଛାତ୍ରୀ ଭାବେ ବିଦ୍ୟାଳୟରେ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି । ତାଙ୍କୁ ବିଦ୍ୟାଳୟ ତରଫରୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯିବା ସହିତ ମ୍ୟାଟ୍ରିକ୍ ଓ +୨ ପରୀକ୍ଷାରେ ବିଦ୍ୟାଳୟରେ ସର୍ବାଚ୍ଚ ନମ୍ବର ରଖି ସେ କେନ୍ଦ୍ରିୟ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି । ଆଗାମୀ ଦିନରେ ଡାକ୍ତର ହୋଇ ଜନ ସେବାରେ ବ୍ରତୀ ରହିବେ ବୋଲି ଅର୍ପିତା ପ୍ରକାଶ କରିଛନ୍ତି । କୟଳପଡ଼ା ସରପଞ୍ଚ ରଶ୍ମୀ ରଞ୍ଜନ ପ୍ରଧାନ, ସମାଜସେବୀ ସହଦେବ ବରାଳ,କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ମହେଶ କୁମାୱତ୍ ଏବଂ ଶିକ୍ଷକ/ଶିକ୍ଷୟତ୍ରୀ ବୃନ୍ଦ ଅର୍ପିତାଙ୍କ କୃତି ପାଇଁ ତାଙ୍କୁ ଶୁଭେଚ୍ଛା  ଜଣାଇଛନ୍ତି ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories