www.samajalive.in
Monday, December 8, 2025
24.1 C
Bhubaneswar

ହଁ ନାହିଁ ଭିତରେ ଶେଷ ମୁହୂର୍ତ୍ତରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ବସିବାକୁ ଦିଆଗଲା

ଭବାନୀପାଟଣା: ମମିତା ହତ୍ୟା ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗତ ଏକ ମାସ ହେଲା ବିରୋଧ କରିବା ସହିତ ତାଙ୍କର ଇସ୍ତଫା ଦାବୀ କରି ଆସୁଛନ୍ତି। ଏହି ଘଟଣାକୁ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଯିବାକୁ ଅନୁମତି ଦିଆଯାଇ ନ ଥିବା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ରହିବାକୁ ବାରଣ କରାଯାଇଥିଲା। ଏହି ପରିସ୍ଥିତିରେ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଗୋଟିଏ ମଞ୍ଚରେ ବସିବାକୁ ଦିଆଯିବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା। ମୁଖ୍ୟମନ୍ତ୍ରୀ ମଞ୍ଚକୁ ଆସିବା ପୂର୍ବରୁ ଦିବ୍ୟଶଙ୍କର ମଞ୍ଚରେ ବସିବେ କି ନାହିଁ ସଠିକ କେହି ଉତ୍ତର ଦେଇପାରୁ ନ ଥିଲେ। ମୁଖ୍ୟମନ୍ତ୍ରୀ ମଞ୍ଚରେ ପହଞ୍ଚିବା ପରେ ଶେଷ ମୁହୂର୍ତ୍ତରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମଞ୍ଚରେ ବସିବା ପାଇଁ ଦିଆଯାଇଥିଲା। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ସେ ଭାଷଣ ମଧ୍ୟ ଦେଇଥିଲେ। ଯାହାକୁ ନେଇ ପୂର୍ବରୁ ଦ୍ୱନ୍ଦ୍ବରେ ଥିବା ବିଜେଡି କର୍ମୀଙ୍କ ମହଲରେ ଖୁସିର ଲହରି ଦେଖା ଦେଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories