www.samajalive.in
Sunday, December 14, 2025
19.1 C
Bhubaneswar

ଗୃହ ପାଇଁ ବାସ୍ତୁ ଉପଚାର

ଘରେ କୌଣସି ନା କୌଣସି କାରଣରୁ ଝଗଡ଼ା ହୋଇଥାଏ। ଏହାର ମୁଖ୍ୟ କାରଣ ବାସ୍ତୁ ଦୋଷ ଅଟେ। ଆମ ଜୀବନରେ ବାସ୍ତୁର ବହୁ ପ୍ରଭାବ ରହିଛି। ଏହାର ପ୍ରଭାବ ଯୋଗୁଁ ପରିବାର ମଧ୍ୟରେ କଳହ ହୋଇଥାଏ। କିଛି ଉପାୟ ମାଧ୍ୟମରେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ତାହା କଣ ….
ବାସ୍ତୁ ଶାସ୍ତ୍ରରେ ଐଶାନ୍ୟ କୋଣର ଖୁବ ମହତ୍ତ୍ୱ ରହିଛି । ଏହି କୋଣ ବହୁ ଶୁଭ ବୋଲି ମଧ୍ୟ ମାନ୍ୟତା ରହିଛି । ଗୃହର ଏହି ସ୍ଥାନ ଅଧିକ ଉଚ୍ଚ ହେବା ଉଚିତ ନୁହେଁ। ଏପରି ଥିଲେ ପିତା-ପୁତ୍ର ମଧ୍ୟରେ ସର୍ବଦା କଳହ ହୋଇଥାଏ।
ଘରର ଉତ୍ତର – ପୂର୍ବ କୋଣରେ ଷ୍ଟୋର ରୁମ୍‍ ରହିବା ଉଚିତ ନୁହେଁ। ଏପରି ହେଲେ ପରିବାର ମଧ୍ୟରେ ସର୍ବଦା ମତଭେଦ ହୋଇଥାଏ।
ବାସ୍ତୁ ଅନୁଯାୟୀ ଉତ୍ତର – ପୂର୍ବ ଦିଗରେ ରୋଷେଇ ଘର କିମ୍ବା ଗାଧୁଆ ଘର ରହିବା ଉଚିତ ନୁହେଁ। ଏହା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ।
ଐଶାନ୍ୟ କୋଣରେ ବିଦ୍ୟୁତ୍‍ ସାମଗ୍ରୀ ରଖିବା ଆବଶ୍ୟକ ନୁହେଁ।
ଗୃହର ସମ୍ମୁଖରେ ଅଳିଆ ପାତ୍ର (ଡ଼ଷ୍ଟବିନ) ରଖିବା ଉଚିତ ନୁହେଁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories