www.samajalive.in
Saturday, December 13, 2025
26.1 C
Bhubaneswar

ବାଇକ ଦୁର୍ଘଟଣାରେ ଜଣେ ମୃତ

ସାକ୍ଷୀଗୋପାଳ: ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ-ଜୟରାମପୁର ରାସ୍ତାର ଜୟରାମପୁର ଗ୍ରାମ ନିକଟରେ ଆଜି ସକାଳେ ଏକ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛି। ଆହତଙ୍କୁ ଚିକିତ୍ସା ସାକ୍ଷୀଗୋପାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଆଜି ସକାଳ ପ୍ରାୟ ୯ ଟା ସମୟରେ ଜୟରାମ ପୁର ଗ୍ରାମର ରବୀନ୍ଦ୍ର ବେହେରା (୨୮) ଓ ଚନ୍ଦନ ବେହେରା( ୨୬) ଏକ ବାଇକ ଯୋଗେ ଜୟରାମ ପୁର ଗ୍ରାମରୁ ସାକ୍ଷୀଗୋପାଳ ଆସୁଥିଲେ। ଜୟରାମ ପୁର ଗ୍ରାମ ନିକଟରେ ହଠାତ ମୋଟର ସାଇକେଲଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଉଭୟ ବାଇକ ଆରୋହୀ ରାସ୍ତା ଉପରକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଜନସାଧାରଣ ଆହତ ଦ୍ବୟଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କାର୍ଯ୍ୟରତ ଡାକ୍ତର ରବୀନ୍ଦ୍ର ବେହେରାଙ୍କୁ ମୃତ ଘୋଷଣା କରିଥିଲେ। ସତ୍ୟବାଦୀ ପୁଲିସ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛନ୍ତି। ଦୁର୍ଘଟଣା ଗ୍ରସ୍ତ ବାଇକଟିକୁ ଜବତ ସହ ସତ୍ୟବାଦୀ ପୁଲିସ ଏକ ମୋକଦ୍ଦମା ରୁଜୁ କରିଥିବା ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories