www.samajalive.in
Sunday, December 14, 2025
23.1 C
Bhubaneswar

ପୁରୁଷ ହକି ବିଶ୍ବକପ: ୨୪ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷିତ, ଓଡ଼ିଶାରୁ ୫

ଭୁବନେଶ୍ବର: ଭୁବନେଶ୍ବର କଳିଙ୍ଗ ଷ୍ଟାଡ଼ିୟମରେ ଚଳିତ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କନିଷ୍ଠ ପୁରୁଷ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୨୪ଜଣିଆ ସମ୍ଭାବ୍ୟ ଖେଳାଳି ମନୋନୟନ କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ କନିଷ୍ଠ ବିଶ୍ବକପ ଲାଗି ୩୩ଜଣିଆ ଭାରତୀୟ ଦଳର ଶିବିର ବାଙ୍ଗାଲୋରସ୍ଥିତ ସାଇ କେନ୍ଦ୍ରରେ ଗତ ସେପ୍ଟେମ୍ବରରୁ ଚାଲିଥିଲା। ଏଥିରୁ ଦ୍ବିତୀୟ ଚରଣ ଶିବିର ଲାଗି ୨୪ଜଣିଆ ଦଳ ମନୋନୟନ କରାଯାଇଛି। ସମ୍ଭାବ୍ୟ ଦଳରେ ୫ ଓଡ଼ିଆ ଖେଳାଳି ଅଭିଶେକ ଲାକ୍ରା, ସାଇରିଲ ଲୁଗୁନ, ସୁଦୀପ ଚିର୍ମାକୋ ,ସୁନୀଲ ଜୋଜୋ ଓ ଗୋଲକିପର ସାହିଲ ନାଏକ ରହିଛନ୍ତି। ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍ ଓ ବି.ଜେ କାରିୟାପ୍ପାଙ୍କ ନିକଟରେ ଖେଳାଳିମାନେ ୭ରେ ରିପୋର୍ଟ କରିବେ। ୮ରୁ କଳିଙ୍ଗ ଷ୍ଟାଡ଼ିୟମରେ ଅଭ୍ୟାସ ଶିବିିର ଆରମ୍ଭ ହେବ। ୨୦୧୬ର ବିଜେତା ଭାରତ ଗ୍ରୁପ-ବି ରେ କାନାଡା, ପୋଲାଣ୍ଡ ଓ ଫ୍ରାନ୍ସ ସହ ସ୍ଥାନ ପାଇଛି।

ସମ୍ଭାବ୍ୟ ଭାରତୀୟ ଦଳ : ପୱନ, ପ୍ରଶାନ୍ତ କୁମାର ଚୌହ୍ବାନ, ସାହିଲ କୁମାର ନାୟକ, ସଞ୍ଜୟ, ୟଶଦୀପ୍ ସିୱାଚ, ସଦାନନ୍ଦ ତିୱାରୀ, ଅଭିଷେକ ଲାକ୍ରା, ମନଜିତ୍, ଦିନଚନ୍ଦ୍ର ସିଂହ ମିରୋଗାଥାମ, ସୁନୀଲ ଜୋଜୋ, ସାଇରିଲ ଲୁଗୁନ, ବିବେକ ସାଗର ପ୍ରସାଦ, ରବୀଚନ୍ଦ୍ରସିଂହ ମୋରିଙ୍ଗାଥାମ, ବିଷ୍ଣୁକାନ୍ତ ସିଂହ, ଗୁରୁୁମୁଖ ସିଂହ, ଅଙ୍କିତ ପାଲ, ମାରିଶ୍ବରନ ଶକ୍ତିଭାଲ,ଉତ୍ତମ ସିଂହ, ମନିନ୍ଦର ସିଂହ, ଅରଜିତ ସିଂହ ହୁଣ୍ଡାଲ, ସୁଦୀପ ଚିର୍ମାକୋ, ରାହୁଲ କୁମାର ରାଜବୀର, ବବି ସିଂହ ଧାମି, ପ୍ରବୋଜିତ୍ ସିଂହ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories