www.samajalive.in
Sunday, December 14, 2025
26.1 C
Bhubaneswar

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଶିବାଜୀ ମାଝୀ

ଲାଞ୍ଜିଗଡ଼: କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜିଲା ସଭାପତିଙ୍କୁ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ମେଲ ମାଧ୍ୟମରେ ଇସ୍ତଫା ପତ୍ର ପଠାଇଛନ୍ତି। ୨୦୦୭ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଶିବାଜୀ ମାଝୀ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ କଂଗ୍ରେସ ଦଳରୁ ବିଧାୟକ ହୋଇ ବିଧାନସଭାକୁ ଯାଇଥଲେ। ଏହାପରେ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକଟରେ ପ୍ରତିଦ୍ବନ୍ଦ୍ବୀତା କରିଥିଲେ ଏବଂ ପରାଜୟ ହୋଇଥିଲେ। ସେହିଦିନ ଠାରୁ ତାଙ୍କୁ ଦଳରେ ଗୁରୁତ୍ବ ଦିଆଗଲା ନାହିଁ। କୋଣସି ଦଳୀୟ କାର୍ଯ୍ୟକ୍ରମରେ ଡକାଗଲା ନାହିଁ। ତେଣୁ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି।

 

- Advertisement -

ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ମାଝୀ ୨୦୦୭ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ଟିକେଟରେ ୨୦୧୪ ମସିହାରେ ସେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରୁ ଲଢ଼ି ନିର୍ବାଚିତ ହୋଇ ବିଧାୟକ ବନିଥିଲେ। ବିଧାୟକ ହେବା ପରେ ସେ ପରବର୍ତ୍ତୀ ନିର୍ବାଚନରେ ପରାଜୟ ବରଣ କରିଥିଲେ। ତେବେ ଏହି ସମୟ ଭିତରେ ତାଙ୍କର ଦଳବଦଳ ହେବା ନେଇ ବଡ଼ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ କୌଣସି ଦଳରେ ଯୋଗ ଦେଉନଥିଲେ। କିନ୍ତୁ ଆଜି ସେ ହଠାତ ଦଳ ଛାଡିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତର ଅବ୍ୟବହିତ ପୂର୍ବରୁ ତାଙ୍କର ଇସ୍ତଫା ଦେବା ପ୍ରସଙ୍ଗ ସେ ବିଜେଡିରେ ଯୋଗଦେବା ନେଇ ଆଲୋଚନା ଜୋର ଧରିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories