ବ୍ରଜରାଜନଗର : ମମିତା ମେହେରକୁ ନ୍ୟାୟ ଓ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବି ନେଇ ବିଜେପି ତରଫରୁ ଆଜି ୮ ଘଣ୍ଟିଆ ବ୍ରଜରାଜନଗର ବନ୍ଦ ପାଳନ କରାଯାଇଛି। ବିଜେପି ବ୍ରଜରାଜନଗର ମଣ୍ଡଳ ସଭାପତି ରୁକ୍ମଣ ଧୁରୁଆଙ୍କ ନେତୃତ୍ୱରେ ଆଜି ସକାଳ ୬ଟାରୁ ବିଜେପି କର୍ମୀମାନେ ୪୯ ନମ୍ବର ଜାତୀୟ ରାଜପଥ ସମେତ ସମସ୍ତ ପ୍ରମୁଖ ରାସ୍ତା ଘାଟ ଅବରୋଧ କରିଥିଲେ। ଏହାର ପ୍ରଭାବରେ ଭାରିଯାନ, ହାଲୁକା ଯାନ, ଯାତ୍ରୀବାହୀ ଗାଡି, ଟ୍ରକରେ କୋଇଲା ପରିବହନ ଚଳାଚଳ ଆଦି ସମ୍ପୂର୍ଣ ଭାବେ ବନ୍ଦ ରହିଥିଲା। ସେହି ପରି ଦୋକାନ, ବଜାର, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ, କୋଇଲା ଖଣି କାର୍ୟ୍ୟାଳୟ ବନ୍ଦ ରହିଥିଲା। ଅନ୍ୟପଟେ ବନ୍ଦ ପାଳନ ବେଳେ ଅତି ଆବଶ୍ୟକୀୟ ସେବାକୁ ବାଦ ଦିଆଯାଇଥିଲା। ଆଜିର ବନ୍ଦ ପାଳନରେ ରମାନନ୍ଦ ଯାଦବ, ଅମରେନ୍ଦ୍ର ରାୟ, ଜିତେନ୍ଦ୍ର ସରକାର, ତପନ ସ୍ୱାଇଁ, ଶ୍ଳୋକ ସରନା, ଜିତେନ୍ଦ୍ର ପଟ୍ଟନାୟକ,କବି ସ୍ୱାଇଁ, କୃଷ୍ଣ ମୁରାରୀ ସିଂହ, ରତନ ଜୟସ୍ୱାଲ, ପ୍ରେମାନନ୍ଦ ସୁହୁରା, ପ୍ରକାଶ ବର୍ମା, ମହେଶ୍ୱର ନାୟକ, ଚୁମିକି ପଟେଲ, ସଂଯୁକ୍ତା ବାର୍ଲା, କୁନ୍ତୀ ମେହେର, ଅରୁଣ ବଡ଼ପଣ୍ଡା, ସୁବ୍ରତ ଦାସ, ସିଦ୍ଧାର୍ଥ ସିଂହ ପ୍ରମୁଖ ସାମିଲ ଥିଲେ।
Popular Categories



