www.samajalive.in
Sunday, December 14, 2025
26.1 C
Bhubaneswar

ହଙ୍ଗର ପ୍ରକଳ୍ପ ପକ୍ଷରୁ କ୍ଷେତ୍ର ସ୍ତରୀୟ ମଞ୍ଚ କର୍ମଶାଳା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମୁଷାଖୋରୀ ପଞ୍ଚାୟତ ସଭାଗୃହରେ ହଙ୍ଗର ପ୍ରକଳ୍ପ ପକ୍ଷରୁ କ୍ଷେତ୍ର ସ୍ତରୀୟ ମଞ୍ଚ କର୍ମଶାଳା ପ୍ରକଳ୍ପର ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଲିଭା ମହିଳା ମହାସଂଘର ବ୍ଲକ ସଭାନେତ୍ରୀ ତଥା ମୁଷାଖୋରୀ ସରପଞ୍ଚ ଭାମାମଣି ଦାସ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ପ୍ରମୁଖ ଯୋଗ ଦେଇ ଶିବିରାର୍ଥୀମାନଙ୍କୁ ପଞ୍ଚାୟତିରାଜ ନିର୍ବାଚନରେ ବହୁ ସଂଖ୍ୟାରେ ମହିଳାଙ୍କ ସହଭାଗିତାର ସୁଯୋଗ ନେବା ପାଇଁ ଦିଗଦର୍ଶନ ଦେଇଥିଲେ। ନିଜେ ପ୍ରାର୍ଥୀ ହେବା ଠାରୁ ଆରମ୍ଭ କରି ମତଗଣନା ଯାଏଁ ସବୁ କ୍ଷେତ୍ରରେ ମହିଳାମାନଙ୍କର ଗୁରୁ ଦାୟିତ୍ବ ସମ୍ପର୍କରେ ବିଭିନ୍ନ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅଲିଭା ମହିଳା ମହାସଂଘର ସଦସ୍ୟା, ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ୱାର୍ଡ ସଦସ୍ୟା ଓ ସଚେତନ ମହିଳାମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜେ ନିଜର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories