www.samajalive.in
Sunday, December 14, 2025
26.1 C
Bhubaneswar

କାବୁଲ ଡାକ୍ତରଖାନା ଉପରେ ଆକ୍ରମଣରେ ତାଲିବାନ କମାଣ୍ଡର ମୃତ

କାବୁଲ: କାବୁଲରେ ଥିବା ଏକ ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣରେ ମୃତ ତାଲିବାନ ଲଢୁଆଙ୍କ ମଧ୍ୟରେ ଏହି ଗୋଷ୍ଠୀର ଜଣେ ବରିଷ୍ଠ କମାଣ୍ଡର ହମଦୁଲ୍ଲା ମୋଖଲିସ ଥିବା ଜଣାଯାଇଛି । ମୋଖଲିସ କଠୋରପନ୍ଥୀ ହକ୍କାନି ନେଟୱର୍କର ସଦସ୍ୟ ଥିଲେ ଏବଂ ତାଙ୍କୁ ବଦ୍ରି ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ଜଣେ ଅଧିକାରୀ ଭାବରେ ନିଯୁକ୍ତି ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ତାଲିବାନ ଆତଙ୍କି ଗୋଷ୍ଠୀ କାବୁଲ ଅଧିକାର କରିବା ପରଠାରୁ ବିଭିନ୍ନ ସମୟରେ ଲଢେଇରେ ପ୍ରାଣ ହରାଇଥିବା ତାଲିବାନିଙ୍କ ମଧ୍ୟରେ ମୋଖଲିସ ସବୁଠାରୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିବା ଜଣାଯାଇଛି । ଏହି ଆକ୍ରମଣ ଘଟଣା ପାଇଁ କ୍ରୁର ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଖୁରାସାନ ନିଜକୁ ଦାୟୀ କରିଛି ।
ତାଲିବାନର ଗଣମାଧ୍ୟମ ଦାୟିତ୍ୱରେ ଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ସର୍ଦାର ଦାଉଦ ଖାଁ ଡାକ୍ତରଖାନା ଉପରେ ଆକ୍ରମଣ ହେବାର ସୂଚନା ମିଳିବା ପରେ ହମଦୁଲ୍ଲା ମୋଖଲିସ ତୁରନ୍ତ ସେଠାରେ ପହଞ୍ଚିଥିଲେ । ଅନ୍ୟ ତାଲିବାନିମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ହସିଦେଇଥିଲେ । ପରେ ସେଠାରେ ଆଇଏସଆଇଏସ ସହିତ ସମ୍ମୁଖ ଲଢେଇରେ ମୋଖଲିସ ପ୍ରାଣ ହରାଇଥିବା ଜଣାପଡିଲା । ମଙ୍ଗଳବାର ଦିନ ଘଟିଥିବା ଏହି ଆକ୍ରମଣରେ ଅନ୍ୟୂନ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ଏବଂ ଅନେକ ଆହତ ହୋଇଥିବା ଜଣାଯାଇଛି । ସଶସ୍ତ୍ର ଆଇଏସଆଇଏସ ଆତଙ୍କି ସେଠାରେ ଆଖିବୁଜା ଗୁଳି ଚଳାଇବା ସହିତ ଜଣେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ପ୍ରତ୍ୟକ୍ଷଦର୍ଶୀ ସୂତ୍ରରୁ ପ୍ରକାଶ । ଏଥିସହିତ ଡାକ୍ତରଖାନା ବାହାରେ ଥିବା ବିସ୍ଫୋରକ ଭର୍ତ୍ତି ଏକ କାରରେ ମଧ୍ୟ ବିସ୍ଫୋରଣ ଘଟିଥିଲା । ମୃତାହତଙ୍କ ମଧ୍ୟରେ ସଂଖ୍ୟାଧିକ ତାଲିବାନି ଥିବା ଜଣାଯାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories