www.samajalive.in
Sunday, December 14, 2025
26.1 C
Bhubaneswar

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କର ୧ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ଆୟକର ବିଭାଗ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ସହିତ ସଂପର୍କିତ ୧ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଛି । ଏହି ସମ୍ପତ୍ତି ବିଭିନ୍ନ ରାଜ୍ୟରେ ଥିବା ଜଣାଯାଇଛି । ଏଥିସହିତ ଆୟକର ବିଭାଗ ପକ୍ଷରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କର ପୂର୍ବତନ ପରାମର୍ଶଦାତା ଅଜୟ ମେହଟାଙ୍କର ମୁମ୍ବଇରେ ଥିବା ସମ୍ପତ୍ତିକୁ ଜବତ କରାଯାଇଛି । ଗଣମାଧ୍ୟମ ରିପୋର୍ଟ ମୁତାବକ ମୁମ୍ବଇର ନରିମାନ ପଏଣ୍ଟରେ ଥିବା ନିର୍ମଳ ଟାୱର, ଦକ୍ଷିଣ ଦିଲ୍ଲୀରେ ଥିବା ଏକ ଫ୍ଲାଟ ଏବଂ ଜରଣ୍ଡେଶ୍ୱରରେ ଏକ ଚିନି କାରଖାନାକୁ ଆୟକର ବିଭାଗୀୟ ଅଧିକାରୀମାନେ ଜବତ କରିଛନ୍ତି । ଏଥିସହିତ ଗୋଆରେ ଏକ ରିସର୍ଟ, ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଥିବା ୨୭ଟି ଜମିକୁ ଜବତ କରାଯାଇଛି । ଏହି ସମସ୍ତ ସମ୍ପତ୍ତି ଅଜିତ ପୱାର ଏବଂ ତାଙ୍କ ପରିବାର ଲୋକଙ୍କର ବୋଲି କୁହାଯାଉଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories