www.samajalive.in
Tuesday, December 9, 2025
15.1 C
Bhubaneswar

ହାତ ବାନ୍ଧି ବସିଛି କୁମ୍ଭକାର ; ସରୁନି ମାଟି ଦୀପ , ପରିବାର ପୋଷଣକୁ ନେଇ ଚିନ୍ତା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ପଞ୍ଚାୟତ କତାଗୁଡା ଗାଁ କୁମ୍ଭକାର ମାନେ ହାତ ବାନ୍ଧି ବସିଛନ୍ତି। ସରୁନି ମାଟି ଦୀପ, ପରିବାର ଭରଣ ପୋଷଣକୁ ନେଇ ଚିନ୍ତିତ ପରିବାର । ମାତ୍ର ୨ଟା  ଦିନ ପରେ  ଆଲୋକର ପର୍ବ ଦୀପାବଳି । କିନ୍ତୁ ପୂର୍ବରୁ ଯେମିତି ମାଟି ଦୀପ ଗଡ଼ିବାରେ କୁମ୍ଭାର ସମ୍ପ୍ରଦାୟର ପରିବାରଙ୍କୁ ସମୟ ମିଳୁନଥିଲା ବର୍ତ୍ତମାନ ନିରାଶ ହୋଇ ବସିଥିବା ଦେଖିବାକୁ ମିଳୁଛି ।
ବର୍ତ୍ତମାନ ବଜାରରେ ରଙ୍ଗ ବେରଙ୍ଗର ସୁନ୍ଦର ସୁନ୍ଦର ଦୀପ ମିଳୁ ଥିବାରୁ ଗ୍ରାହକକୁ ବେଶ ଆକୃଷ୍ଟ କରିବା ଫଳରେ ମାଟିଦୀପର ଚାହିଦା କମିଯିବା ସହ ବିକ୍ରି ମଧ୍ୟ ଠିକ ଭାବରେ ହେଉନଥିବା କୁମ୍ଭାର ଶୋଭା କାଶୀ, ନୀଳାମ୍ବର କାଶୀ,ଯୁଧିଷ୍ଟି କାଶୀ,କର୍ଣ୍ଣ କାଶୀ, ଲେଲି କାଶୀ, ରାମ କାଶୀ, କହିଛନ୍ତି। ପୁର୍ବରୁ ମାଟି ଦୀପର ଚାହିଦା ନିଆରା । ହିନ୍ଦୁ ସଂସ୍କୃତି  ଓ ପରମ୍ପରାର ପ୍ରତୀକ ମାଟି ଦୀପର ସ୍ୱତନ୍ତ୍ର ପରିଚୟ ରହିଛି । ପୂଜାପାର୍ବଣ ଠାରୁ ବିଭିନ୍ନ ଶୁଭ କାର୍ୟ୍ୟରେ ଏହି ମାଟି ଦୀପର ଚାହିଦା ଅଧିକ ରହିଥାଏ । କିନ୍ତୁ ଏହାକୁ ନିର୍ମାଣ କରୁଥିବା କୁମ୍ଭାର ସମ୍ପ୍ରଦାୟର ବୃତ୍ତି ଯିବି ଏବେ ସଂକଟରେ ଗତିକରୁଛି ।
ଆବଶ୍ୟକତା ଦୁର୍ଷ୍ଟିରୁ ଆଗକୁ ଦୀପାବଳୀ ପାଇଁ ବାଧ୍ୟ ହୋଇ ନିଜ ବୃତ୍ତି ବଜାୟ ରଖିବା ପାଇଁ ତିଆରି କରିଛନ୍ତି ମାଟିଦୀପ। କିନ୍ତୁ ଆଗ ଭଳି ବିକ୍ରିହେବାର କମି ଯାଉଥିବା କହିଛନ୍ତି କୁମ୍ଭାର ପରିବାର।
ଅଧିକ ପରିଶ୍ରମ ଲାଭ କମ ଉଚିତ ପରିମାଣର ମାଟି ମଧ୍ୟ ପୂର୍ବଭଳି ମିଳୁନି । ସରକାର ଏହି କୁମ୍ଭାର ସମ୍ପ୍ରଦାୟର ପରିବାର ପ୍ରତି କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ଦୁଷ୍ଟି ଦେବା ପାଇଁ ଜନସାଧାରଣଙ୍କ ମହଲରେ ଦାବୀ ହେଉଛି । ଏହିପରି ବ୍ଲକ ରେ ଥିବା ସମସ୍ତ କୁମ୍ଭାର ପରିବାର ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି ।ମାଟି ସାମଗ୍ରୀ ବିକ୍ରି ହେଉନଥିବାରୁ ପରିବାର ଭରଣ ପୋଷଣରେ ଅସୁବିଧା ହେଉଥିବା କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories