www.samajalive.in
Saturday, December 13, 2025
26.1 C
Bhubaneswar

୨ ବର୍ଷ ପରେ ଅଭିଯୁକ୍ତ ଗିରଫ, ଦାଦାବଟି ପାଇଁ ହତ୍ୟା ଧମକ

ଖଣ୍ଡଗିରି: ଦାଦାବଟିକୁ ‘ନାଁ’ ସ୍ଲୋଗାନ ଦେଇଥିଲା କମିସନରେଟ୍‌ ପୁଲିସ। ଦାଦାବଟି ମାଗିଲେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଗତ ୨୦୧୯ ମସିହାରେ ଦାଦାବଟି ମାଗିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ ଖଣ୍ଡଗିରି ଥାନାଛୋଟରୟପୁରର ସୁଧିର ମାର୍ଥା (୩୮)ଓ ସୁନୀଲ ସ୍ୱାଇଁ (୩୮)।

ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଛୋଟରାୟପୁରରେ ଅନୁସୂୟା ମିଶ୍ରଙ୍କର ଏକ ଜମି ରହିଛି। ୨୦୧୯ରେ ଉକ୍ତ ଜମିରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ ସୁଧିର ମାର୍ଥା, ରମେଶ ଖୁଣ୍ଟିଆ ଓ ସୁନୀଲ ସ୍ୱାଇଁ ଏହାକୁ ବିରୋଧ କରିଥିଲେ। ଘର ନିର୍ମାଣ କରିବାକୁ ହେଲେ ସେମାନଙ୍କୁ ୫ଲକ୍ଷ ଟଙ୍କା ବଟି ଦେବାକୁ ପଡିବ ବୋଲି କହିଥିଲେ। ବଟି ନଦେଲେ ପରିବାର ଲୋକଙ୍କୁ ଗୁଳିକରି ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ। ଏନେଇ ତାଙ୍କ ପୁଅ ଖଣ୍ଡଗିରି ଥାନାରେ ଅଭିେଯାଗ କରିଥିଲେ। ଅଭିଯୁକ୍ତମାନେ ଏହା ଜାଣିବା ପରେ ତାଙ୍କ ଘରକୁ ଯାଇ ବନ୍ଧୁକ ଦେଖାଇ ଧମକଚମକ ଦେଇଥିଲେ। ଟଙ୍କା ନଦେବାରୁ ସେମାନେ ନିର୍ମାଣ କରିଥିବା ପାଚେରୀକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଏପରିକି ସେମାନଙ୍କ ଥିବା ଏକ ଆଉଟ ହାଉସକୁ ମଧ୍ୟ ଭାଙ୍ଗିରୁଜି ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗିରଫଦାରି ଭୟରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। କିଛିଦିନ ତଳେ ସେମାନେ ଖଣ୍ଡଗିରିରେ ଥିବା ପୁଲିସ ସୂଚନା ପାଇଥିଲା। ଗତକାଲି ପୁଲିସ ଚଢଉ କରି ଦୁଇ ଅଭିଯୁଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories