www.samajalive.in
Thursday, December 11, 2025
18.1 C
Bhubaneswar

୧୪ଶହ ଖ୍ରୀଷ୍ଟାଦ୍ଦରେ ପୃଥିବୀରେ ଦେଖାଦେଇଥିଲା କରୋନା, ଲୋକେ ପିନ୍ଧୁଥିଲେ ମାସ୍କ

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ମହାମାରୀକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ସାରା ବିଶ୍ବକୁ ଏହି ମହାମାରୀ କବଳିତ କରିବାରେ ସଫଳ ହୋଇଛି। ତେବେ କରୋନା ମହାମାରୀ ଯେ ୧୪ ଶହ ଖ୍ରୀଷ୍ଟାଦ୍ଦରେ ପୃଥିବୀରେ ଦେଖାଦେଇଥିଲା ଏବଂ ସେତେବେଳେ ମଧ୍ୟ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକେ ମାସ୍କ ବ୍ୟବହାର କରୁଥିବା ଜଣାପଡ଼ିଛି।

 

- Advertisement -

ବର୍ତ୍ତମାନ କରୋନା ସଂକ୍ରମଣ ସହିତ ମାସ୍କର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାସ୍କର ବ୍ୟବହାର ନୂଆ ନୁହେଁ। ମଧ୍ୟଯୁଗରେ ମଧ୍ୟ ମାସ୍କର ବ୍ୟବହାର ହେଉଥିଲା। ଇଂଲଣ୍ଡରେ ଆବିଷ୍କୃତ ୧୪ଶହ ଖ୍ରୀଷ୍ଟାବ୍ଦର ଏକ ପଥର ମୂର୍ତ୍ତିଟି ଏକ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଇଂଲଣ୍ଡର ହେର୍ଟଫୋର୍ଡଶାୟାର ସ୍ଥିତ ସେଣ୍ଟ ଆଲବାନ୍ସ କ୍ୟାଥେଡ୍ରାଲରେ ଖନନ ସମୟରେ ଏହି ମୂର୍ତ୍ତିଟି ମିଳିଛି। ଏହି କ୍ୟାଥେଡ୍ରାଲଟି ୧୧ଶହ ଶତାବ୍ଦୀରେ ନିର୍ମିତ ହୋଇଥିବା ବେଳେ ୧୧୧୫ରେ ଏହାର ନିର୍ମାଣ ସମାପ୍ତ ହୋଇଥିଲା। ଏହି ମୂର୍ତ୍ତିଟି କ୍ରିଷ୍ଟିଆନ୍ ସନ୍ଥ ଆମ୍ଫିବାଲୁସଙ୍କର ବୋଲି ଅନୁମାନ କରାଯାଉଛି। ୨୦୨୦-୨୧ରେ ଭଗ୍ନାବଶେଷର ମରାମତି ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହି ମୂର୍ତ୍ତିରେ କେବଳ ଆଖି ନଜର ଆସୁଥିବା ବେଳେ ମୁହଁର ଅନ୍ୟ ଅଂଶ ମାସ୍କରେ ଆବୃତ ରହିଛି। ୧୪ ଶହ ଖ୍ରୀଷ୍ଟାବ୍ଦରେ ମଧ୍ୟ କରୋନା ପରି ମହାମାରୀ ହୋଇଥିବା ଏହି ପଥର ମୂର୍ତ୍ତିରୁ ଅନୁମାନ କରାଯାଉଛି। ତେଣୁ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସେତେବେଳେ ଲୋକେ ମାସ୍କ ପିନ୍ଧୁଥିବା ଅନୁମାନ କରାଯାଉଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories