www.samajalive.in
Monday, December 8, 2025
13.1 C
Bhubaneswar

ରୋମରେ ପହଞ୍ଚିଲେ ମୋଦୀ, ଆଲୋଚନା ଆରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷୋଡ଼ଶ ଜି-୨୦ ଶିଖର ବୈଠକରେ ଯୋଗଦେବାକୁ ଇଟାଲୀର ରୋମରେ ଯାଇ ପହଞ୍ଚିଛନ୍ତି। ସେ ଜି-୨୦ ଶିଖର ବୈଠକରେ ଅଂଶ ଗ୍ରହଣ କରିବା ପାଇଁ ଇଟାଲୀ ପ୍ରଧାନମନ୍ତ୍ରୀ ମ୍ୟାରିଓ ଦ୍ରାଘିଙ୍କ ଆମନ୍ତ୍ରଣକ୍ରମେ ସେଠାକୁ ଯାଇଛନ୍ତି। ଏ-୨୦ ଶିଖର ବୈଠକରେ ସଦସ୍ୟ ଦେଶଗୁଡ଼ିକର ରାଷ୍ଟ୍ରମୁଖ୍ୟ, ୟୁରୋପୀୟ ସଂଘ ଦେଶଗୁଡ଼ିକର ରାଷ୍ଟ୍ରମୁଖ୍ୟ, ଆମନ୍ତ୍ରିତ ଦେଶଗୁଡ଼ିକର ରାଷ୍ଟ୍ରମୁଖ୍ୟ ଓ ବିଭିନ୍ନ ଆନ୍ତର୍ଜାତିକ ସଂଗଠନର ମୁଖ୍ୟମାନେ ଅଂଶ ଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଆଜି ୟୁରୋପୀୟ ପରିଷଦ ସଭାପତି ଚାର୍ଲସ୍‍ ମାଇକେଲ୍‍ ଓ ୟୁରୋପୀୟ କମିଶନ ସଭାପତି ଉର୍ଶୁଲା ବନ୍‍ ଡେର୍‍ ଲେୟେନଙ୍କ ସହ ମିଳିତ ବୈଠକରେ ଯୋଗ ଦେଇଛନ୍ତି। ସେମାନେ ଆଲୋଚନା କାଳରେ ଏକ ଉନ୍ନତ ବିଶ୍ୱ ଗଠନ ପାଇଁ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି।

- Advertisement -

ମୋଦୀ ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗ୍ଲାସ୍‍ଗୋ ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ କୋପ-୨୬ ବିଶ୍ୱ ନେତାମାନଙ୍କର ଶିଖର ବୈଠକରେ ଅଂଶ ଗ୍ରହଣ କରିବେ। ଏହି ଶିଖର ବୈଠକ ଆସନ୍ତାମାସ ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ। ସେଥିରେ ବିଶ୍ୱର ୧୨୦ଟି ଦେଶର ରାଷ୍ଟ୍ରମୁଖ୍ୟମାନେ ଅଂଶ ଗ୍ରହଣ କରିବେ।

ଜି-୨୦ ହେଉଛି ଆନ୍ତର୍ଜାତିକ ଅର୍ଥନୈତିକ ଓ ଆର୍ଥିକ କାର୍ଯ୍ୟସୂଚୀ ଉପରେ ସହଯୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଏଥିରେ ବିଶ୍ୱର ଉନ୍ନତ ଓ କ୍ରମବର୍ଦ୍ଧିଷ୍ଣୁ ରାଷ୍ଟ୍ରମାନେ ଏକତ୍ରିତ ହୋଇଥାନ୍ତି। ୧୯ଟି ଦେଶ ଓ ୟୁରୋପୀୟ ସଂଘକୁ ନେଇ ଏହା ଏକ ଆନ୍ତର୍ଜାତିକ ମଞ୍ଚ। ସେହି ଦେଶଗୁଡ଼ିକ ମଧ୍ୟରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍‍, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଭାରତ, ଇଣ୍ଡୋନେସିଆ, ଜାପାନ, ମେକ୍ସିକୋ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ଟର୍କି, ବ୍ରିଟେନ, ଆମେରିକା ଓ ୟୁରୋପୀୟ ସଂଘ ଅଛନ୍ତି।

ଜି-୨୦ ସଦସ୍ୟ ଦେଶଗୁଡ଼ିକର ବିଶ୍ୱ ଜିଡିପିର ୮୦% ଥିବା ବେଳେ ଆନ୍ତର୍ଜାତିକ ବାଣିଜ୍ୟର ୭୫% ଏହି ଦେଶଗୁଡ଼ିକ ସହ ସଂପୃକ୍ତ। ଏଗୁଡ଼ିକର ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ୬୦%। ଭାରତ ଜି-୨୦ ର ପ୍ରତିଷ୍ଠାତା ସଦସ୍ୟ ରହିଛି ଓ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରି ଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜି-୨୦ରେ ଏହା ଅଷ୍ଟମ ଯୋଗଦାନ ହେବ। ଗତବର୍ଷ ମାର୍ଚ୍ଚ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଏ-୨୦ ନେତାମାନଙ୍କ ଶିଖର ବୈଠକରେ ଯୋଗ ଦେଇଥିଲେ। ସେ ମଧ୍ୟ ଗତ ୧୨ ତାରିଖରେ ଆଫଗାନିସ୍ତାନ ଉପରେ ଜି-୨୦ ନେତାମାନଙ୍କ ଶିଖର ବୈଠକରେ ଅଂଶ ଗ୍ରହଣ କରିଥିଲେ। ସେହି ବୈଠକରେ ବିଶ୍ୱ ଅର୍ଥନୀତି, କୋଭିଡର ମୁକାବିଲା, ସ୍ଥାୟୀ ବିକାଶ ଓ ଜଳବାୟୁ ପରିବର୍ତ୍ତନ ଭଳି ବିଷୟଗୁଡ଼ିକ ଉପରେ ଆଲୋଚନା ହୋଇଥିଲା।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories