www.samajalive.in
Saturday, December 13, 2025
26.1 C
Bhubaneswar

କେଶ ଝଡିବା ଦୂର କରେ ଆଳୁ ଓ ପିଆଜ ରସ

କେଶ ଝଡିବା ଏକ ସାଧାରଣ ସମସ୍ୟା।  ଏହି  କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଆଜ ରସ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ସେହିପରି ଆଳୁ ରସ ମଧ୍ୟ କେଶକୁ ମଜଭୂତ କରେ।

ପିଆଜ ରସ କେଶକୁ ଘନ କରିଦିଏ – ଅଧିକ ପରିମାଣର କେଶ ଝଡିବା ଆମ ପାଇଁ ଚିନ୍ତାର ବିଷୟ ହୋଇଯାଏ । ପିଆଜ ରସର ନିୟମିତ ବ୍ୟବହାର କେଶକୁ ମଜବୁତ କରେ ଏବଂ ଘନ କରିଦିଏ । ଏହା କେଶ ଝଡିବା କମ କରିଥାଏ ଏବଂ କେଶମୂଳ ସଫା ରହିଥାଏ।  ମେଥି ଓ ପିଆଜ ରସ ରୂପିକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ।
ଏଥିପାଇଁ ଆପଣ ଗୋଟିଏ କପ୍ ପିଆଜ ରସ ଓ ମେଥି ଦାନା ନିଅନ୍ତୁ। ମେଥିକୁ ରାତିସାରା ଭିଜାଇ ପରଦିନ ସକାଳେ ଗ୍ରାଇଣ୍ଡ୍ କରନ୍ତୁ । ଏହି ମେଥିକୁ ଏକ କପ୍ ପିଆଜ ରସ ସହିତ ମିଶାଇ କେଶରେ ଲଗାନ୍ତୁ । ୩୦ ମିନିଟ୍ ପରେ କେଶ ଧୋଇ ଦିଅନ୍ତୁ । ସପ୍ତାହରେ ଥରେ ଏହା କରନ୍ତୁ ।

- Advertisement -

ପିଆଜ ଏବଂ ଆଳୁ ରସ- ପିଆଜ ଏବଂ ଆଳୁ ରସ କେଶକୁ ଘନ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ । । ଏଥିପାଇଁ  ଆଳୁ ଏବଂ ପିଆଜ ରସରୁ ଗୋଟିଏ କପ୍ ନିଅନ୍ତୁ, ଏହାକୁ ଭଲ ଭାବରେ ମିଶାଇ କେଶରେ ଲଗାନ୍ତୁ । ଆଳୁ ଏବଂ ପିଆଜ ରସ କେଶ ବୃଦ୍ଧିରେ ଏବଂ ସେମାନଙ୍କୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ ।

ପିଆଜ ଏବଂ ନଡ଼ିଆ ତେଲ- ନଡିଆ ତେଲରେ ମିଶ୍ରିତ ପିଆଜ ରସ ଲଗାଇବା ଦ୍ୱାରା କେଶ ମଧ୍ୟ ମଜବୁତ ହୁଏ । ଅଳ୍ପ ନଡ଼ିଆ ତେଲ ଗରମ କରି ପିଆଜ ରସ ସହିତ ମିଶାଇ କେଶରେ ଲଗାନ୍ତୁ । ଏହା କେଶକୁ ମଜବୁତ କରିଥାଏ ଏବଂ ରେଶମୀ ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories