www.samajalive.in
Friday, December 12, 2025
15.1 C
Bhubaneswar

ମୂଳ କମ୍ପାନୀର ନାମ ବଦଳାଇ ‘ମେଟା’ ରଖିଲା ଫେସବୁକ

ନ୍ୟୁୟର୍କ: ବିଶ୍ୱର ପ୍ରତିଷ୍ଠିତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସବୁକ ତାହାର ମୂଳ କମ୍ପାନୀର ନାମ ପରିବର୍ତ୍ତନ କରି ‘ମେଟା’ ରଖିଛି । ବ୍ରାଣ୍ଡ୍‍କୁ ନୂଆ ରୂପରେ ବିଶ୍ୱବାସୀଙ୍କ ସମ୍ମୁଖକୁ ଆଣିବା ନିମନ୍ତେ କମ୍ପାନୀ ପକ୍ଷରୁ ଚାଲିଥିବା ବୃହତ ପ୍ରୟାସର ଅଂଶସ୍ୱରୂପ ଏଭଳି ପଦକ୍ଷେପ ନିଆଯାଇଛି । ଜଣେ ପୂର୍ବତନ କର୍ମଚାରୀଙ୍କ ଦ୍ୱାରା କମ୍ପାନୀ କର୍ମଚାରୀଙ୍କ ସୁରକ୍ଷା ଅପେକ୍ଷା ଲାଭକୁ ଅଧିକ ପ୍ରାଧାନ୍ୟ ଦେଉଥିବା ଭଳି ଖବର ପ୍ରଘଟ ହେବାପରେ ଫେସବୁକ ଏକାଧିକ ବିବାଦରେ ଛନ୍ଦି ହୋଇପଡିଥିଲା । କମ୍ପାନୀ କହିଛି ଯେ ଏହି ପରିବର୍ତ୍ତିତ ନାମ କେବଳ ମୂଳ କମ୍ପାନୀ ନିମନ୍ତେ ପ୍ରଯୁଜ୍ୟ ହେବ । କିନ୍ତୁ ଏହାଦ୍ୱାରା ଫେସବୁକ, ଇନଷ୍ଟାଗ୍ରାମ ଅଥବା ହ୍ୱାଟସ ଆପ୍‍ ଭଳି ସାମାଜିକ ପ୍ଲାଟଫର୍ମଗୁଡିକର ନାମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ।
ସିଧା ପ୍ରସାରିତ ଏକ ଭର୍ଚୁଆଲ ଅଗମେଣ୍ଟେଡ ରିଅଲିଟି ସମ୍ମିଳନୀରେ ପ୍ରକାଶ କରି ଫେସବୁକର ସିଇଓ ମାର୍କ ଜୁକରବର୍ଗ କହିଛନ୍ତି, ନୂତନ ପ୍ରୟାସ ‘ମେଟାଭର୍ସ’ ପ୍ଲାଟଫର୍ମ ନିର୍ମାଣ ଉପରେ ଦୃଷ୍ଟିନିବଦ୍ଧ କରିବ । ମେଟାଭର୍ସରେ ଜଣେ ଯାହା ଚାହିଁବେ ତାହା କରିପାରିବେ । ଏହି ପ୍ଲାଟଫର୍ମରେ ସମସ୍ତେ ବନ୍ଧୁ ପରିଜନ ଓ ପରିବାର ସହିତ ଏକତ୍ରିତ ହେବ, କାର୍ଯ୍ୟ କରିବା, ଶିକ୍ଷାଲାଭ, ଖେଳ, ଦୋକାନରୁ ସାମଗ୍ରୀ କିଣିବା, କିଛି ନୂଆକରି ସୃଷ୍ଟି କରିବା ଭଳି ଯାହା ଚାହିଁବେ କରିପାରିବେ । ଏଥିସହିତ କଂପ୍ୟୁଟର ଅଥବା ଫୋନଗୁଡିକ ସମ୍ପର୍କରେ ଆମେ ଯାହା ଚିନ୍ତା କରୁଛୁ ତାହାଠାରୁ ଯଥେଷ୍ଟ ଅଧିକ ଏଥିରେ ସମ୍ଭବ ହୋଇପାରିବ । ଜୁକରବର୍ଗ ଏହା ମଧ୍ୟ କହିଛନ୍ତି ଯେ ପରବର୍ତ୍ତୀ ପ୍ଲାଟଫର୍ମ ଏହାଠାରୁ ଅଧିକ ପ୍ରଭାବଶାଳୀ ହେବ । ଏହାକୁ ମେଟାଭର୍ସ ବୋଲି କୁହାଯାଉଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories