www.samajalive.in
Saturday, December 13, 2025
14.1 C
Bhubaneswar

ପଡ଼ୋଶୀ ଦେଶକୁ ସତର୍କ କରାଇଲା ଭାରତ, ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ରାତ୍ରୀକାଳୀନ ପରୀକ୍ଷା

ଧାମରା/ବାଲେଶ୍ବର: ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ବୁଧବାର ରାତ୍ରି ୭.୫୦ମିନିଟ ସମୟରେ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ସୁଦୀର୍ଘ ଚାଇନା ଏବଂ ରୁଷିଆକୁ ଲକ୍ଷ୍ୟଭେଦ କରିପାରୁଥିବା ଏବଂ ଚାଇନାର ଡଙ୍ଗପେଙ୍ଗ କ୍ଷେପଣାସ୍ତ୍ରକୁ ଟକ୍କର ଦେବା ଭଳି ଏହି ଅଗ୍ନି -୫ କ୍ଷେପଣାସ୍ତ୍ର ୫୦୦୦କି.ମି ଲକ୍ଷ୍ୟଭେଦ କରିପାରିବ ବୋଲି ଡିଆରଡିଓ କର୍ତୃପକ୍ଷ କହୁଥିବା ବେଳେ ଏହାର ପ୍ରକୃତ ଲକ୍ଷ୍ୟଭେଦ ୫ହଜାର ମାଇଲ ଅର୍ଥାତ ୮ହଜାର କି.ମି ବୋଲି ଚୀନ କର୍ତୃପକ୍ଷ ମତ ପ୍ରକାଶ କରିଛନ୍ତି। ଭଦ୍ରକ ଜିଲା ଧାମରାରେ ଥିବା ଅବଦୁଲ କଲାମ ଦୀପର ୪ନଂ ଉତକ୍ଷେପଣ କେନ୍ଦ୍ରରୁ ଏହି ପରୀକ୍ଷା ରାତ୍ରି ୭.୫୦ ମିନିଟରେ ହୋଇଥିବା ବେଳେ ୧୨ମିନିଟ ସମୟ ମଧ୍ୟରେ ଏହା ଲକ୍ଷ୍ୟ ଭେଦ କରିଥିଲା ବୋଲି ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି।

ଅଗ୍ନି-୫ କ୍ଷେପଣାସ୍ତ୍ର ୩ଷ୍ଟେଜ ବିଶିଷ୍ଟ କଠିନ ଇନ୍ଧନ ଯୁକ୍ତ। ପ୍ରଥମ ଷ୍ଟେଜ ନିଆଁ ଧରିବାର ୬୦ସେକେଣ୍ଡ ମଧ୍ୟରେ ଦ୍ୱିତୀୟ ଷ୍ଟେଜ ଏବଂ ୧୮୦ସେକେଣ୍ଡ ମଧ୍ୟରେ ତୃତୀୟ ଷ୍ଟେଜ କଠିନ ଇନ୍ଧନ ନିଆଁ ଧରିଥାଏ। ଏହି ଅଗ୍ନି-୫ କ୍ଷେପଣାସ୍ତ୍ର ଚାଇନା, ରୁଷିଆ, ମସ୍କୋ, ଆଥେନ୍ସ, କାଇରା,ତେହେରାନ,ବେଜିଂ, ହଂଗକଂଗ,ବ୍ୟାଙ୍ଗକ, ଜାକର୍ତା ଏବଂ ଟୋକିଓକୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ଅଛି ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ। ଏହା ରୋଡ ଏବଂ ରେଳ ଲଂଚପ୍ୟାଡରୁ ମୋବାଇଲ ଲଂଚର ଯୋଗେ ପରୀକ୍ଷଣ କରାଯାଇ ପାରିବ। ଏହି ଅଗ୍ନି -୫କ୍ଷେପଣାସ୍ତ୍ର ଆଜି ତାର ୫ମ ସଂସ୍କରଣ ପରୀକ୍ଷା କରାଯାଇଥିଲା। ଏହାର ପ୍ରଥମ ପରୀକ୍ଷା ୧୯ଏପ୍ରିଲ ୨୦୧୨,ଦ୍ୱିତୀୟ ପରୀକ୍ଷଣ ୧୫ ସେପ୍ଟମ୍ବର ୨୦୧୩, ତୃତୀୟ ପରୀକ୍ଷଣ ୩୧ ଜାନୁଆରୀ ୨୦୧୫ ଏବଂ ୪ର୍ଥ ପରୀକ୍ଷଣ ୨୬ ଡିସେମ୍ବର ୨୦୧୬ରେ ସଫଳର ସହ ହୋଇଥିଲା। ଏହି କ୍ଷପଣାସ୍ତ୍ରଟି ସଂପୂର୍ଣ ସ୍ୱଦେଶୀ ଞାନ କୌଶଳରେ ନିର୍ମିତ। ଏହି କ୍ଷେପଣାସ୍ତ୍ର ୫୦କୋଟି ଟଙ୍କାବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା।

- Advertisement -

କ୍ଷେପଣାସ୍ତ୍ରର ଲମ୍ବ ୧୭ମିଟର, ମୋଟେଇ ୨ମିଟର, ଓଜନ ୫୦ଟନ ହୋଇଥିବା ବେଳେ ଏହା ୧.୧ଟନ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଅଗ୍ନି-୫ କ୍ଷେପଣାସ୍ତ୍ର ୩ପର୍ଯ୍ୟାୟରେ କଠିନ ଇନ୍ଧନ ବ୍ୟବହାର କରି ସଠିକ ଲକ୍ଷ୍ୟଭେଦ କରିପାରେ। ଆମେରିକା, ଚାଇନା ଓ ଋଷ ପରେ ଭାରତ ୫ହଜାରରୁ ଅଧିକ ଦୂରତା ଅତିକ୍ରମ କରିପାରୁଥିବା କ୍ଷେପଣାସ୍ତ୍ରର ବିକାଶ କରିଛି। ଅଗ୍ନି-୫ ଶ୍ରେଣୀର ଏହା ୫ମ ପରୀକ୍ଷା।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories