www.samajalive.in
Monday, December 8, 2025
17.1 C
Bhubaneswar

ମଧୁମେହ, ଉଚ୍ଚ ରକ୍ତଚାପ, ଧୂମପାନ ବ୍ରେନଷ୍ଟ୍ରୋକର ମୁଖ୍ୟ କାରଣ

ଭୁବନେଶ୍ୱର: ବ୍ରେନଷ୍ଟ୍ରୋକ ଏକ ମାରାତ୍ମକ ସ୍ନାୟୁଜନିତ ଜରୁରୀକାଳୀନ ରୋଗ ଯାହା ମସ୍ତିଷ୍କକୁ ହଠାତ ରକ୍ତ ପ୍ରବାହରେ ବ୍ୟାଘାତ ଯୋଗୁଁ ଘଟିଥାଏ । ମସ୍ତିଷ୍କର କୋଷଗୁଡ଼ିକ ବଞ୍ଚିବା ପାଇଁ ସର୍ବଦା ରକ୍ତର ଆବଶ୍ୟକତା ଥାଏ । ଯଦି ଏହି ରକ୍ତ ପ୍ରବାହ ବାଧାପ୍ରାପ୍ତ ହୁଏ, କିଛି ସମୟ ମଧ୍ୟରେ ଏହି କୋଷଗୁଡ଼ିକ ନଷ୍ଟ ହୋଇଯାଏ ଏବଂ ରୋଗୀ ପାରାଲିସିସ ବା ବ୍ରେନଷ୍ଟ୍ରୋକ୍ ରୋଗରେ ପୀଡ଼ିତ ହୁଅନ୍ତ । ଏହା ସାରା ବିଶ୍ୱରେ ମୃତ୍ୟୁର ଏକ ପ୍ରମୁଖ କାରଣ ପାଲଟିଛି । ସହରାଞ୍ଚଳରେ ଏହା ଗ୍ରାମାଞ୍ଚଳ ଠାରୁ ଅଧିକ ପରିମାଣରେ ଦେଖାଯାଇଥାଏ ।
ବ୍ରେନଷ୍ଟ୍ରୋକ୍ ସାଧାରଣତଃ ଦୁଇ ପ୍ରକାରର । ଗୋଟିଏ ହେଉଛି ଇସକେମିକ୍ ଷ୍ଟ୍ରୋକ (ଶତକଡ଼ା ୮୫ ପ୍ରତିଶତ), ଯାହା ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ରକ୍ତଶିରାଗୁଡ଼ିକର ଅବରୋଧ ଯୋଗୁଁ ଘଟିଥାଏ । ଏହାର କାରଣଗୁଡ଼ିକ ହେଉଛି ମଧୁମେହ, ଉଚ୍ଚ ରକ୍ତଚାପ, ଅତ୍ୟଧିକ କୋଲେଷ୍ଟେରଲ ହୃଦରୋଗ ଏବଂ ଧୂମପାନ । ଅନ୍ୟ ପ୍ରକାରର ବ୍ରେନଷ୍ଟ୍ରୋକ ହେଉଛି ହେମୋରାଜିକ ଷ୍ଟ୍ରୋକ (ଶତକଡ଼ା ୧୫ ପ୍ରତିଶତ) ଯାହା ଅତ୍ୟଧିକ ରକ୍ତଚାପ ଯୋଗୁଁ ମସ୍ତିଷ୍କ ଭିତରେ ଶିରାଗୁଡ଼ିକ ଫାଟିଯିବାରୁ ହୋଇଥାଏ । ଏହିଷ୍ଟ୍ରୋକ୍ ଅତି ମାରାତ୍ମକ ବୋଲି କହିଛନ୍ତି କିମ୍ସର ସ୍ନାୟୁରୋଗ ବିଭାଗ ମୁଖ୍ୟ ଡା.ସନ୍ତୋଷ କୁମାର ଦାଶ । ସେ କହିଛନ୍ତି, ସାଧାରଣତଃ ବ୍ରେନଷ୍ଟ୍ରୋକ୍ ଯୋଗୁଁ ଶରୀରର ଗୋଟିଏ ପାଶ୍ୱର୍ ହଠାତ କାମ କରିବା ବନ୍ଦ କରିଦିଏ । ରୋଗୀ ହାତ ଉପରକୁ ଉଠାଇବାରେ କଷ୍ଟ ଅନୁଭବ କରେ, ହାତରେ କୌଣସି ଜିନିଷ ଧରିପାରେନା, ଚାଲିଲା ବେଳକୁ ଗୋଡ଼ ଘୋଷାଡ଼ି ଘୋଷାଡ଼ି ଚାଲେ । ଏହାଛଡ଼ା ଯଦି ବ୍ୟକ୍ତି ଜଣକ କଥା କହିବାରେ ଅସୁବିଧା ଅନୁଭବ କରେ, ମୁହଁ ବଙ୍କା ହୋଇଯାଏ, ଗୋଟିଏ ପାଶ୍ୱର୍ ଝିମଝିମ ହୋଇ ବଧିରା ହୋଇଯାଏ । ଏହା ବ୍ରେନଷ୍ଟ୍ରୋକର ଲକ୍ଷଣ ହୋଇପାରେ । ରାଗୀକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ୩-୪ ଘଣ୍ଟା ସମୟ ଭିତରେ ହସ୍ପିଟାଲରେ ପହଞ୍ଚାଇବା ଜରୁରୀ । ଉଚ୍ଚ ରକ୍ତଚାପ, ଉଚ୍ଚ ମଧୁମେହ, ରକ୍ତ କୋଲେଷ୍ଟେରାଲ ଆଦିର ସଠିକ ଚିକିତ୍ସା ସହିତ ଧୂମପାନ ଏବଂ ମଦ୍ୟପାନ ଅଭ୍ୟାସରୁ ସମ୍ପୂର୍ଣ୍ଣ ବିରତ ରହିବା ସଙ୍ଗେସଙ୍ଗେ ନିୟମିତ ଶାରୀରିକ ବ୍ୟାୟାମ କଲେ ଏହାକୁ ରୋକାଯାଇପାରିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories