www.samajalive.in
Sunday, December 14, 2025
23.1 C
Bhubaneswar

ଜିଲ୍ଲାପାଳଙ୍କ ଗଞ୍ଜାମ ବ୍ଲକର ସ୍କୁଲ ପରିଦର୍ଶନ

ଗଞ୍ଜାମ: ଗଞ୍ଜାମ ବ୍ଲକର ଆଦର୍ଶ ବିଦ୍ୟାଳୟ ଶତ୍ରୁସୋଲ ଏବଂ ନୀଳାଦ୍ରପୁର ଗ୍ରାମର ଲବଣ ଶ୍ରମିକ ଉଚ୍ଚ ବିଦ୍ୟାଳୟ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ସୁବଳୟା ପଂଚାୟତର ଶତ୍ରୁସୋଲ ଗ୍ରାମ ନିକଟରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟକୁ ଯାଇ ପିଲାମାନଙ୍କୁ ପାଠ ପଢାଇବା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସ୍କୁଲର ଅଧ୍ୟକ୍ଷ ଏବଂ ସମସ୍ତ ଶିକ୍ଷକ ଉପସ୍ଥିତ ରହିଥିଲେ। ପରେ ପାଳିବନ୍ଦ ପଞ୍ଚାୟତ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମର ଲବଣ ଶ୍ରମିକ ଉଚ୍ଚ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ । ସ୍ମାର୍ଟ ଶ୍ରେଣୀ, ପରିବେଶ, ଅନ୍ୟାନ୍ୟ ବ୍ୟବସ୍ଥା ଦେଖି ଖୁସି ବ୍ୟକ୍ତ କରିଥିଲେ । ପିଲାମାନଙ୍କୁ ପାଠ ପଢାଇବା ସହ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିଥିଲେ । ସ୍କୁଲରେ ଯାହା ବାକି କାର୍ୟ୍ୟ ରହିଛି ତାହାକୁ ଆସନ୍ତା ୫ ତାରିଖ ସୁଦ୍ଧା ସାରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏହି ସ୍କୁଲ ପରିଦର୍ଶନ ସମୟରେ ଗଞ୍ଜାମ ବ୍ଲକ ବିଡିଓ ବିଶ୍ୱଜିତ ରଏ, ଲବଣ ଶ୍ରମିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୁଭ ଲଷ୍ମୀ ମହାନ୍ତି, ଶିକ୍ଷକ ଶେଷଦେବ ଛୋଟରାୟ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories