www.samajalive.in
Sunday, December 14, 2025
18.1 C
Bhubaneswar

କରୋନା ମୃତକ କିଟ୍‍ କର୍ମଚାରୀଙ୍କ ପରିବାରକୁ କିଟ୍‍ର ସହାୟତା

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପକ୍ଷରୁ ଏହାର କର୍ମଚାରୀଙ୍କ କଲ୍ୟାଣ ସକାଶେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ସମୟକୁ ସମୟ ବିଭିନ୍ନ ଯୋଜନା ହାତକୁ ନିଆଯାଇଥାଏ। ଇତି ମଧ୍ୟରେ ସମଗ୍ର ବିଶ୍ୱରେ କରୋନାର କରାଳ ଛାୟା ଘୋଟି ଯାଇଥିବା ବେଳେ ଏଥିରେ ବାଦ୍‍ ପଡ଼ି ନ ଥିଲା ଭାରତ ଏବଂ ଓଡ଼ିଶା। ବିଶ୍ୱ ମହାମାରୀରେ ଲକ୍ଷାଧିକ ଲୋକଙ୍କ ଅକାଳ ମୃତ୍ୟୁ ହୋଇଛି। କିଟ୍‍ ଶିକ୍ଷାନୁଷ୍ଠାନ ସମୂହର କିଛି କର୍ମଚାରୀ ମଧ୍ୟ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନିଜ ଜୀବନ ହାରିଛନ୍ତି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କିଟ୍‍ ପକ୍ଷରୁ ୨୦୨୦ରେ ଏହାର କରୋନା ମୃତକ କର୍ମଚାରୀଙ୍କ ପରିବାର ପାଇଁ ଏକ ସ୍ୱତନ୍ତ୍ର ଘୋଷଣା କରାଯାଇଥିଲା।

 

- Advertisement -

କରୋନାରେ ମୃତ୍ୟୁବରଣ କରିଥିବା କିଟ୍‍ ଶିକ୍ଷାନୁଷ୍ଠାନ ସମୂହର କର୍ମଚାରୀଙ୍କ ପରିବାରର ଭବିଷ୍ୟତ ସୁରକ୍ଷା ପାଇଁ ନଗଦ ୫ ଲକ୍ଷ ଟଙ୍କା, ପରିବାରର ଜଣେ ସଦସ୍ୟଙ୍କୁ ନିଜ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ କିଟ୍‍ ଶିକ୍ଷାନୁଷ୍ଠାନ ସମୂହରେ ନିଯୁକ୍ତି ଏବଂ ସେମାନଙ୍କ ପିଲାଙ୍କୁ ଯୋଗ୍ୟତା ଅନୁସାରେ କିଟରେ ବିନାଦେୟରେ ଶିକ୍ଷାଦାନ ପାଇଁ ଗତ ବର୍ଷ ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଘୋଷଣା ମୁତାବକ ସୋମବାର କିଟ୍‍ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଂପୃକ୍ତ ପରିବାରର ସଦସ୍ୟମାନଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‍ ଓ କିଟ୍‍ ଶିକ୍ଷାନୁଷ୍ଠାନ ସମୂହରେ ନିଯୁକ୍ତି ପାଇଁ ଶ୍ରୀ ସାମନ୍ତ ନିଯୁକ୍ତ ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଏବଂ କିଟ୍‍ ଶିକ୍ଷାନୁଷ୍ଠାନ ସମୂହର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories