www.samajalive.in
Friday, December 12, 2025
16.1 C
Bhubaneswar

ଦୁଇବର୍ଷ ମଧ୍ୟରେ ଜାମ୍ମୁ-ଶ୍ରୀନଗର ମେଟ୍ରୋ ସେବା

ନୂଆଦିଲ୍ଲୀ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଜାମ୍ମୁ-କାଶ୍ମୀର ଗସ୍ତର ଦ୍ବିତୀୟ ଦିନରେ ଏହି ଅଞ୍ଚଳ ପାଇଁ ବଡ ଘୋଷଣା କରିଛନ୍ତି। ଭଗବତୀ ନଗର ଅଞ୍ଚଳରେ ଏକ ଶୋଭାଯାତ୍ରାକୁ ସମ୍ବୋଧନ କରି ଶାହା କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ଦେଶର ବିକାଶ ସହିତ ତାଳ ଦେଇ ଆଗକୁ ବଢିବ। ସେ କହିଛନ୍ତି ଯେ ଆଗାମୀ ୨ବର୍ଷ ମଧ୍ୟରେ ଜାମ୍ମୁ-କାଶ୍ମୀରରେ ମେଟ୍ରୋ ସେବା ଆରମ୍ଭ ହେବ। ଜାମ୍ମୁ-ଶ୍ରୀନଗର ମଧ୍ୟରେ ମେଟ୍ରୋ ଟ୍ରେନ ଚାଲିବ। ଏହା ସହିତ ଜାମ୍ମୁ ବିମାନବନ୍ଦରର ସମ୍ପ୍ରସାରଣ କରାଯିବ ଏବଂ ଜାମ୍ମୁ କାଶ୍ମୀରର ପ୍ରତ୍ୟେକ ଜିଲାରେ ହେଲିକପ୍ଟର ସେବା ମଧ୍ୟ ଆରମ୍ଭ ହେବ। ସେ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରରେ ଆରମ୍ଭ ହୋଇଥିବା ବିକାଶର ଯାତ୍ରାକୁ କେହି ଅଟକାଇ ପାରିବେ ନାହିଁ। ଏହା ହେଉଛି ମାତା ବୈଷ୍ଣୋ ଦେବୀ, ପ୍ରେମନାଥ ଡୋଗ୍ରା, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନର ଭୂମି। ଯେଉଁମାନେ ଜାମ୍ମୁ-କାଶ୍ମୀରରେ ଶାନ୍ତି ଭଙ୍ଗ ଚେଷ୍ଟା କରିବେ ସେମାନଙ୍କୁ ଆମେ ସଫଳ ହେବାକୁ ଦେବୁ ନାହିଁ। ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ଉତ୍ତର ଦେଇ ଶାହା କହିଛନ୍ତି, ୨୦୦୪-୧୪ ମଧ୍ୟରେ ରାଜ୍ୟରେ ୨୦୮୧ ଲୋକ ପ୍ରାଣ ହରାଇଥିଲେ। ଅର୍ଥାତ୍‌ ପ୍ରତିବର୍ଷ ୨୦୮ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୪ ସେପ୍ଟେମ୍ବରରୁ ୨୦୨୧ ପର୍ଯ୍ୟନ୍ତ ଏଠାରେ ୨୩୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ଆମେ ଏହି ସଂଖ୍ୟାକୁ ନେଇ ସନ୍ତୁଷ୍ଟ ନୁହଁ କାରଣ ଆମେ ଏପରି ଏକ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁ ଯେତେବେଳେ କେହି ମରିବେ ନାହିଁ ଏବଂ ଆତଙ୍କବାଦ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ। ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ୧୨,୦୦୦ କୋଟି ଟଙ୍କା ନିବେଶ ହୋଇସାରିଲାଣି। ୨୦୨୨ ଶେଷ ବେଳକୁ ଏହି ନିବେଶର ପରିମାଣ ୫୧,୦୦୦ କୋଟି ଟଙ୍କାରେ ପହଞ୍ଚିବ। ଦ୍ବିତୀୟର କାର୍ଯ୍ୟକ୍ରମରେ ଶାହା ଜାମ୍ମୁ-କାଶ୍ମୀର ଆଇଆଇଟିର ନୂଆ ପରିସର (କ୍ୟାମ୍ପସ)କୁ ଉଦ୍‌ଘାଟନ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories