www.samajalive.in
Monday, December 8, 2025
24.1 C
Bhubaneswar

୧୪ ବର୍ଷ ପରେ ବଢିଲା ଦିଆସିଲିର ମୂଲ୍ୟ

ଚେନ୍ନାଇ : ଗୋଗେ ପଟେ ପେଟ୍ରୋଲ-ଡିଜେଲ ,ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟେ ଦୈନିକ ବ୍ୟବହାର ହେଉଥିବା ସାମଗ୍ରୀ ଦିଆସିଲିର ମୂଲ୍ୟ ଦୀର୍ଘ ୧୪ ବର୍ଷ ପରେ ବଢିଛି। ୧ଟଙ୍କାରେ ମିଳୁଥିବା ଦିଆସିଲି ଏବେ ୨ ଟଙ୍କାରେ ମିଳିବ। ଏହି ନୂଆ ମୂଲ୍ୟ ଡିସେମ୍ବର ୧ରୁ ଲାଗୁ ହେବ। ୫ଟି ପ୍ରମୁଖ  ଦିଆସିଲି ଉତ୍ପାଦନକାରୀଙ୍କ ପ୍ରତିନିଧି ମାନେ ସର୍ବସମ୍ମତି ମତରେ ଡିସେମ୍ବର ୧ ରୁ ପ୍ରତି ଦିଆସିଲିର ମୂଲ୍ୟ ୧ଟଙ୍କାରୁ ୨ ଟଙ୍କା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ପୂର୍ବଥର  ପାଇଁ ୨୦୦୭ ରେ ଦିଆସିଲିର ମୂଲ୍ୟ ବୃଦ୍ଧି ପାଇଥିଲା। ଦିଆସିଲିର ମୂଲ୍ୟ ୫୦ ପଇସାରୁ ୧ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଗୁରୁବାର ଦିନ ଶିବକାଶୀରେ ‘ଅଲ ଇଣ୍ଡିଆ ଚାମ୍ବର ଅଫ୍ ମ୍ୟାଚିସ୍‍’ ବୈଠକରେ  ଏହି ନିଷ୍ପତ୍ତି ନିଆଯାଇଛି।

ଦିଆସିଲି ଉତ୍ପାଦନକାରୀମାନେ କହିଛନ୍ତି ,  ଦିଆସିଲି ପ୍ରସ୍ତୁତ କରିବା ପାଇଁ ୧୦ ରୁ ଅଧିକ ପ୍ରକାରର କଞ୍ଚାମାଲ ଆବଶ୍ୟକ । କିନ୍ତୁ କଞ୍ଚାମାଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ଯେଉଁଥିପାଇଁ ବର୍ତ୍ତମାନର ମୂଲ୍ୟରେ ବିକ୍ରୟ କରିବା ସମ୍ଭବ ନୁହେଁ । ଉତ୍ପାଦକମାନେ କହିଛନ୍ତି ଯେ ଏକ କିଲୋଗ୍ରାମ ଲାଲ୍ ଫସଫରସ୍ ୪୨୫ ରୁ ୮୧୦ ଟଙ୍କା, ମହମ ୫୮ ରୁ ୮୦ ଟଙ୍କା, ବାହ୍ୟ ବକ୍ସ ବୋର୍ଡ ୩୬ ରୁ ୫୫ ଟଙ୍କା ଏବଂ ଭିତର ବକ୍ସ ବୋର୍ଡ ୩୨ ରୁ ୫୮ ଟଙ୍କାକୁ ବୃଦ୍ଧି ପାଇଛି। କାଗଜ, ସ୍ପ୍ଲିଣ୍ଟସ୍, ପୋଟାସିୟମ୍ କ୍ଲୋରେଟ୍ ଏବଂ ସଲଫରର ମୂଲ୍ୟ ମଧ୍ୟ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଡିଜେଲର ମୂଲ୍ୟ ବୃଦ୍ଧି ଶିଳ୍ପ ଉପରେ ଅତିରିକ୍ତ ପ୍ରଭାବ ପକାଇଛି।

- Advertisement -

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories