www.samajalive.in
Monday, December 8, 2025
13.1 C
Bhubaneswar

ଜଳବାୟୁ ପରିବର୍ତ୍ତନ ପ୍ରତି ଭାରତ ଓ ପାକିସ୍ତାନ ଅତ୍ୟଧିକ ସମ୍ବେଦନଶୀଳ ରାଷ୍ଟ୍ର ହୋଇଛନ୍ତି- ଆମେରିକୀୟ ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ସଂପ୍ରତି ପାଗ ପରିସ୍ଥିତି ଅପ୍ରତ୍ୟାଶିତ ଭାବରେ ଭୟାନକ ରୂପ ଧାରଣ କରୁଥିବା ପରିପ୍ରେକ୍ଷୀରେ ଜଳବାୟୁ ସମ୍ପର୍କରେ ଆମେରିକା ପକ୍ଷରୁ ସଦ୍ୟ ପ୍ରସ୍ତୁତ ଏକ ରିପୋର୍ଟରେ ଭାରତ ଓ ପାକିସ୍ତାନ ସମେତ ବିଶ୍ୱର ୧୧ଟି ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଅତ୍ୟନ୍ତ ସମ୍ବେଦନଶୀଳ ପାଲଟିଥିବା ଦର୍ଶାଇଛି । ଆମେରିକାର ନ୍ୟାସନାଲ ଏଷ୍ଟିମେଟ ଅନ କ୍ଲାଇମେଟ ଚେଞ୍ଜ ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱ ସ୍ତରରେ ତାପମାତ୍ରା ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ଭାରତ ଓ ଚୀନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଏଥିସହିତ ଏହି ସଙ୍କଟର ମୁକାବିଲା କ୍ଷେତ୍ରରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର ଭୂମିକା ସମ୍ପର୍କରେ ମଧ୍ୟ ଏଥିରେ ଆଲୋଚନା କରାଯାଇଚି ।
ଋିପୋର୍ଟରେ କୁହାଯାଇଛି ଯେ ଚୀନ ଓ ଭାରତ ହେଉଛନ୍ତି ଯଥାକ୍ରମେ ପ୍ରଥମ ଓ ଚତୁର୍ଥ ସର୍ବାଧିକ ତାପ ନିର୍ଗମନକାରୀ ରାଷ୍ଟ୍ର ଏବଂ ଉଭୟ ରାଷ୍ଟ୍ରରେ ମୁଣ୍ଡପିଛା ତଥା ମୋଟାମୋଟି ନିର୍ଗମନ ପରିମାଣ ବୃଦ୍ଧି ପାଉଥିବାବେଳେ ଏ କ୍ଷେତ୍ରରେ ଆମେରିକା ଏବଂ ୟୁରୋପୀ ସଂଘ ରାଷ୍ଟ୍ରସମୂହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିବା ସହିତ ସେମାନେ ନିଜ ନିଜ ସ୍ତରରେ ନିର୍ଗମନ ପରିମାଣ ହ୍ରାସ କରୁଛନ୍ତି । ଅବଶ୍ୟ ସଂପ୍ରତି ଚୀନ ଓ ଭାରତ ସେମାନଙ୍କର ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅଧିକରୁ ଅଧିକ ଅକ୍ଷୟ ଶକ୍ତି ଏବଂ କମ୍‍ ଅଙ୍ଗାରକ ନିର୍ଗତ ହେଉଥିବା ଉତ୍ସଗୁଡିକୁ ଯୋଗ କରିବାରେ ଲାଗିଛନ୍ତି ।
ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ଭାରତ ଓ ପାକିସ୍ତାନ ବିଷୟରେ ନିର୍ଦ୍ଦିଷ୍ଟ ଭାବରେ ଏହି ରିପୋର୍ଟରେ କୁହାଯାଇଛି ଯେ ଭୂପୃଷ୍ଠ ଏବଂ ଭୂତଳ ଜଳ ଉତ୍ସକୁ ନେଇ ସୀମାପାର ଉତ୍ତେଜନା ବୃଦ୍ଧି ପାଇବ ଏବଂ ସେହି ସମୟରେ ପାଣିପାଗରେ ବୈଷମ୍ୟ ନୂତନ ଜଳ ସଙ୍କଟ ପରିସ୍ଥିତି ସୃଷ୍ଟି କରିବ । ଏଥିରେ କୁହାଯାଇଛି ଯେ ଭାରତରୁ ଉତ୍ପତ୍ତି ହୋଇଥିବା ବରଫସ୍ରୋତ ଦ୍ୱାରା ପରିପୁଷ୍ଟ ନଦୀଗୁଡିକର ନିମ୍ନ ଅବବାହିକରେ ଭୂପୃଷ୍ଠ ଜଳ ଉପରେ ପାକିସ୍ତାନ ନିର୍ଭର କରିଥାଏ । ଏହା ନିଜର ଜନପଦଗୁଡିକୁ ବନ୍ୟା ସମୟରେ ସତର୍କ ସୂଚନା ପ୍ରଦାନ କରିବା ଏବଂ ସେମାନଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ଭାରତର ସୂଚନା ଉପରେ ନିର୍ଭର କରିଥାଏ । ଭାରତରୁ ଏହି ସୂଚନା ସଠିକ ସମୟରେ ନମିଳିଲେ ତାହା ପାକିସ୍ତାନରେ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିବ ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories