www.samajalive.in
Saturday, December 13, 2025
21.1 C
Bhubaneswar

ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ ଟିକା ; ପିଲାଙ୍କୁ ଟିକା ଦେବାପାଇଁ ଆରମ୍ଭ ହେଲା ପ୍ରଶିକ୍ଷଣ

ଭୁବନେଶ୍ବର : ରାଜ୍ୟରେ ବିନା ଛୁଞ୍ଚିରେ ଶିଶୁଙ୍କୁ ଟିକା ଦିଆଯିବ। ଯେହେତୁ ପିଲାମାନେ ଇଞ୍ଜେକସନକୁ ଟିକେ ଡରନ୍ତି, ତେଣୁ ସେମାନଙ୍କୁ ଫର୍ମା ଡେପଥ୍ ଟେକ୍ନୋଲୋଜି  (Pharma Depth Technology) ମାଧ୍ୟମରେ ଟିକା ଦିଆଯିବ। ଶୁକ୍ରବାର ଠାରୁ ୨ ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବାପାଇଁ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି ।  କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥି ନିମନ୍ତେ ଆଭାସୀ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଶିଶୁମାନେ ଦୁଇଟି ଟିକା ଦେବା ପାଇଁ ପରାମର୍ଶ ରହିଛି । ଡିସିଜିଆଇ ଅନୁମୋଦନ ପରେ ୧୨ ରୁ ୧୮ ବର୍ଷ ବୟସ୍କ ଶିଶୁଙ୍କୁ ଟିକା ଦିଆଯିବ।

ରାଜ୍ୟରେ ୨ ରୁ ୧୮ ବର୍ଷ ମଧ୍ୟରେ ପ୍ରାୟ ୧ କୋଟି ୪୦ ଲକ୍ଷ ପିଲା ଅଛନ୍ତି । ଯେକୌଣସି ମୁହୂର୍ତ୍ତରେ କେନ୍ଦ୍ରରୁ ଅନୁମତି ମିଳିଲେ ଏବଂ ଟିକା ଆସିଲେ ସେମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଯଦି ଏକା ସାଙ୍ଗେ ଆମେ ଶିଶୁମାନଙ୍କୁ ଟିକା ଦେବା ପାଇଁ ଆରମ୍ଭ କରିବୁ, ତେବେ ଆମକୁ ଟିକାକାରଣ କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ପଡ଼ିବ। ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ଏହି ବର୍ଗର ସମସ୍ତ ହିତାଧିକାରୀଙ୍କୁ ଅତି କମରେ ଗୋଟିଏ ପାନ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

- Advertisement -

ବର୍ତମାନ ସୁଦ୍ଧା ୩ କୋଟି ୫୩ ଲକ୍ଷ ୫୨ରୁ ଅଧିକ ପାନ ଟିକା ଦିଆସାରିଲାଣି। ଏଥିମଧ୍ୟରୁ ଏଯାବତ୍ ୨ କୋଟି ୪୮ ଲକ୍ଷ ୬୮ ହଜାରୁ ଅଧିକ ପ୍ରଥମ ପାନ (୭୮%) ଓ ୧ କୋଟି ୪ ଲକ୍ଷ ୮୪ ହଜାରରୁ ଅଧିକ ଦ୍ୱିତୀୟ ପାନ (୩୩%) ଦିଆସାରିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories